Masthead

ସମ୍ମାନ ରକ୍ଷା କଲା ଭାରତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସମ୍ମାନ ରକ୍ଷା କଲା ଭାରତ । ଶେଷ ଦିନିକିଆରେ ବିଜୟୀ ହୋଇଛି ଭାରତ । ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କରିଛି ବିରାଟ ବାହିନୀ । ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୨-୧ରେ ପରାଜୟ ବରଣ କରିଛି । ଶେଷ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର ମଧ୍ୟରେ ୫ ୱିକେଟ ହରାଇ ୩୦୫ ରନ କରିବାରେ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ବିରାଟ କୋହଲି ୬୩, ହାର୍ଦ୍ଧିକ ପାଣ୍ଡ୍ୟା ୯୨ ଓ ରବିନ୍ଦ୍ର ଜାଡେଜା ୬୬ ରନ କରିଥିଲେ । ଆଜି ମଧ୍ୟ ରାହୁଲ ଓ ଶ୍ରେୟସ ଆୟାର ବିଫଳ ହୋଇଛନ୍ତି । ୩୦୬ ରନକୁ ପିଛା କରିବାକୁ ଯାଇ ଅଷ୍ଟ୍ରେଲିଆ ୪୯ ଓଭର ୩ଟି ବଲ ମଧ୍ୟରେ ସମସ୍ତ ୱିକେଟ ହରାଇ ମାତ୍ର ୨୮୯ ରନ କରିଥିଲା । ଆରୋନ ଫିନ୍ଚ ୭୫ ରନ କରିଥିବା ବେଳେ ମ୍ୟାକ୍ସୱେଲ ଧୂଅାଁଧାର ୫୯ ରନ କରିଥିଲେ । ଦଳର ଅନ୍ୟ କୌଣସି ଖେଳାଳି ସାଥ ନଦେବାରୁ ଶେଷରେ ଦଳ ୨୮୯ରେ ସିମିତ ରହିଥିଲା । ଭାରତ ପକ୍ଷରୁ ସାର୍ଦ୍ଧୁଲ ଠାକୁର ୩ୱିକେଟ, ଜଶପ୍ରିତ ବୁମରା ଓ ଟି ନଟରାଜନ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ କୁଳଦୀପ ଯାଜବ ଓ ରବିନ୍ଦ୍ର ଜାଡେଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ