Masthead

ବଢୁଛି ଏଭରେଷ୍ଟର ଉଚ୍ଚତା

କାଠମାଣ୍ଡୁ(ବଡ଼ ଖବର ବ୍ୟୁରୋ): ବଢିଛି ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟର ଉଚ୍ଚତା । ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ୦.୮୬ ମିଟର ବୃଦ୍ଧି ପାଇଥିବା ଜଣାପଡିଛି । ଚୀନ ଏବଂ ନେପାଳ ପକ୍ଷରୁ ଏଭରେଷ୍ଟର ଉଚ୍ଚତା ବୃଦ୍ଧି ନେଇ ଘୋଷଣା କରିଛନ୍ତି । ପୂର୍ବରୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ୮ ହଜାର ୮୪୮ ମିଟର ଥିବାବେଳେ ଏବେ ଏହାର ଉଚ୍ଚତା ରହିଛି ୮ ହଜାର ୮୪୮.୮୬ ମିଟର । ନୂଆ ଉଚ୍ଚତା ସମ୍ପର୍କରେ ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗୟାୱାଲି ଘୋଷଣା କରିଛନ୍ତି । ଏହି ସମୟରେ ତାଙ୍କ ସହ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି, ଭିଡିଓ କନଫରେନ୍ସିରେ ଉପସ୍ଥିତ ଥିଲେ । ୨୦୦୫ ମସିହାରେ ଚୀନ ଏଭରେଷ୍ଟର ଉଚ୍ଚତା ମାପିଥିଲା । ସେତେବେଳେ ଏହା ୮ ହଜାର ୮୮୪.୪୩ ମିଟର ଥିଲା । ଏହାପରେ ୨୦୧୭ରେ ନେପାଳ ପୁଣିଥରେ ଏଭରେଷ୍ଟର ଉଚ୍ଚତା ମାପିଥିଲା । ଗତବର୍ଷ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେପାଳ ଗସ୍ତ ବେଳେ ପୁଣିଥରେ ଏଭରେଷ୍ଟର ଉଚ୍ଚତା ମାପିବା ପାଇଁ ଦୁଇ ଦେଶ ଘୋଷଣା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ