Masthead

ଟି-୨୦ ସିରିଜରେ ୫ଜଣ ଭାରତୀୟ ଖେଳାଳିଙ୍କ ଷ୍ଟ୍ରାଇକ୍ ହାର!

କିଏ ପାସ୍ , କିଏ ଫେଲ୍?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୨୦୧୬ ମସିହାରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଟି -୨୦ ସିରିଜରେ ଅଷ୍ଟ୍ରେଲିଆକୁ ୩–୦ରେ ପରାସ୍ତ କରିଥିଲା । ତେବେ ଏଥର ଟିମ୍ ଇଣ୍ଡିଆ ତାହାର ପୁନରାବୃତ୍ତି କରିପାରି ନାହିଁ । କିନ୍ତୁ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜକୁ ଭାରତ ୨-୧ରେ ଜିତିଥିଲେ । ଏହି ସିରିଜରେ ପାଞ୍ଚ ଖେଳାଳି ଗୁରୁତ୍ୱପୂର୍ଣ୍ଣ ଥିଲେ । ସେମାନେ ହେଲେ ବିରାଟ କୋହଲି, ଶିଖର ଧୱନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଟି.ନଟରାଜନ ।
ଚାଲନ୍ତୁ ସଂକ୍ଷେପରେ ଜାଣିବା ଏହି ପ୍ଲେୟାରଙ୍କ ପ୍ରଦର୍ଶନ ବିଷୟରେ:-

ବିରାଟ କୋହଲି

ଭାରତୀୟ ଅଧିନାୟକ ବିରାଟ କୋହଲି ଶେଷ ଟି-୨୦ରେ ଅର୍ଦ୍ଧଶତକ ସହାୟତାରେ ତିନୋଟି ମ୍ୟାଚରେ ୧୩୪ ରନ୍ ସଂଗ୍ରହ କରିଥିଲେ। ଏହି ସିରିଜରେ ତାଙ୍କର ଷ୍ଟ୍ରାଇକ୍ ରେଟ ୧୪୨.୫ ଥିଲା । ତାଙ୍କର ସର୍ବାଧିକ ସ୍କୋର ୮୫ ଥିଲା, ଯାହା ସେ ଅନ୍ତିମ ଟି -୨୦ରେ ସ୍କୋର କରିଥିଲେ । ଏହା ସତ୍ତେ୍ୱ ଟିମ୍ ଇଣ୍ଡିଆ ଅନ୍ତିମ ମ୍ୟାଚରେ ୧୨ ରନରେ ହାରିଥିଲା । ନଚେତ୍ ଟିମ୍ ଇଣ୍ଡିଆ ଏହି ସିରିଜକୁ ୩-୦ରେ ଜିତିଥାନ୍ତା ।

ଶିଖର ଧାୱନ
ଚଳିତ ସିରିଜରେ ବାମହାତୀ ଓପନର୍ ଶିଖର ଧାୱନଙ୍କ ଜଲୱା କାମ କରିନଥିଲା । ତେବେ ସେ ଅର୍ଦ୍ଧ ଶତକର ସହାୟତାରେ ତିନୋଟି ମ୍ୟାଚରେ ୮୧ ରନ୍ ସଂଗ୍ରହ କରିଥିଲେ। ଏହି ସିରିଜ ମଧ୍ୟରେ ତାଙ୍କର ଷ୍ଟ୍ରାଇକ୍ ରେଟ ୧୨୮.୫୭ ଥିଲା ।

ହାର୍ଦ୍ଦିକ ପାଣ୍ଡ୍ୟା
ଟିମ୍ ଇଣ୍ଡିଆର ଟି -୨୦ ସିରିଜ୍ ବିଜୟରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଦ୍ୱିତୀୟ ଟି -୨୦ରେ ପାଣ୍ଡ୍ୟା ଶେଷ ଓଭରର ଚତୁର୍ଥ ବଲରେ ଛକା ମାରି ଦଳକୁ ଜିତାଇଥିଲେ । ପାଣ୍ଡ୍ୟା ତିନୋଟି ମ୍ୟାଚରେ ମୋଟ ୭୮ ରନ୍ ସଂଗ୍ରହ କରିଥିଲେ। ଏହି ସିରିଜରେ ତାଙ୍କର ଷ୍ଟ୍ରାଇକ୍ ରେଟ ୧୫୬.୦ ଥିଲା ।

ରବିନ୍ଦ୍ର ଜାଡେଜା
ପ୍ରଥମ ଟି -୨୦ ରେ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ବିକଳ୍ପ ଖେଳାଳି ଭାବେ ୟୁଜଭେନ୍ଦ୍ର ଚହଲ ଦଳରେ ଯୋଗ ଦେଇଥିଲେ । ମ୍ୟାଚରେ ଚାରି ଓଭରରେ ଚହଲ ୨୫ ରନ୍ ଦେଇ ତିନୋଟି ୱିକେଟ୍ ନେଇଥିଲେ। ଏଥି ସହ ଚହଲ ଏହି ସିରିଜରେ ଚାରିଟି ୱିକେଟ୍ ନେଇଥିଲେ। ଚହଲଙ୍କ ବୋଲିଂ ରେଟ ୯.୭୫ ଥିଲା ।

ଟି.ନଟରାଜନ
ଅଷ୍ଟ୍ରେଲିଆ ଗସ୍ତ ସମୟରେ ଟି.ନାଟାରାଜନ ଭଲ ବୋଲିଂ କରିଥିଲେ। ସେ ତାଙ୍କ ବୋଲିଂ ମଧ୍ୟାମରେ କଙ୍ଗାରୁ ଦଳକୁ ନଚାଇଥିଲେ । ସେ ତିନୋଟି ଟି -୨୦ ରେ ମୋଟ ୬ ଟି ୱିକେଟ୍ ନେଇଥିଲେ। ନଟରାଜନଙ୍କ ବୋଲିଂଙ୍କୁ ପ୍ରଶଂସା କରିଥିଲେ ଅଧିନାୟକ ବିରାଟ କୋହଲି । ତାଙ୍କର ବୋଲିଂ ରେଟ ୬.୯୧ ଥିଲା । ଏଥି ସହ କ୍ୟାପଟେନ କୋହଲି ନଟରାଜନଙ୍କୁ ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ପ୍ରମୁଖ ବୋଲର ହେବେ ବୋଲି କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ