Masthead

ଦଳିତ ମହାସଂଘର ସମାବେଶ

ପିପିଲି(ବଡ଼ ଖବର ବ୍ୟୁରୋ): କିଷ୍ଣାମଣ୍ଡପରେ ଜାତୀୟ ଦଳିତ ଆଦିବାସୀ ମାଇନରିଟ ମହାସଂଘ ପକ୍ଷରୁ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ବିଜୟ ସେଠୀ ସଭାପତିତ୍ୱ କରିଥିଲେ । ଏହି କାର୍ୟ୍ୟକ୍ରମରେ ରାଜ୍ୟ ସ୍ତରୀୟ ଦଳିତ ସମ୍ପ୍ରଦାୟର ବହୁ ନେତା ଯୋଗ ଦେଇଥିଲେ । ଏହି ପ୍ରତିବାଦ ସଭାରେ ଓଡିଶା ହାଇକୋର୍ଟର ଆଇନଜୀବୀ କବିରାଜ ପ୍ରଧାନ, ପୁରୀଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ, ଭୀମ ଆର୍ମି ପାର୍ଟିର ରାଜ୍ୟ ସଭାପତି ଲଙ୍କେଶ ରାଉତ, ସମାଜସେବୀ ପ୍ରବୀର ହାଲଦାରଙ୍କ ସମେତ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ ।

ସଭାରେ ଗତ ଫନି ବାତ୍ୟାରେ ବାସହରା ହୋଇଥିବା ଫନି ବିପନ୍ନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଶାସନ ଓ ବ୍ୟାଙ୍କ କର୍ତ୍ତୃପକ୍ଷ ମିଳିତ ଭାବେ ଅଚଳ କରିଥିବା ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା । କିଛି ହିତାଧିକାରୀଙ୍କ ବ୍ୟାଙ୍କ ଖାତା ଅଚଳ ହେବା ଯୋଗୁଁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଅଚଳ ବ୍ୟାଙ୍କ ଖାତାକୁ ସଚଳ କରି ଅଭିଯୋଗକାରୀଙ୍କୁ ଟଙ୍କା ପ୍ରଦାନ କରିବା ପାଇଁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । ଯଦି ପ୍ରଶାସନ କୋର୍ଟ ନିର୍ଦେଶକୁ ପାଳନ ନ କରନ୍ତି ତେବେ ଆଗାମୀ ଦିନରେ ଜାତୀୟ ଦଳିତ ଆଦିବାସୀ ମାଇନାରୀଟି ମହାସଂଘ ରାଜରାସ୍ତାକୁ ଓଲହାଇବ ଏବଂ ଦରକାର ପଡ଼ିଲେ ବ୍ଲକ ତହସିଲ ଘେରାଉ କରିବ ବୋଲି ଚେତାବନୀ ଦେଇଛି । ସଭା ଶେଷରେ ଗରିବ ଅସହାୟଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇ ଜିଲ୍ଲାର ବିଭିନ୍ନ ଅଂଚଳର ସାମ୍ଵାଦିକମାନଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି