Masthead

ରାଜରାସ୍ତାରେ ଫୁଟିଲା ଗୁଳି

ଆଠଗଡ଼ (ବଡ଼ ଖବର ବ୍ୟୁରୋ): ରାଜରାସ୍ତାରେ ପୁଣି ଫୁଟିଲା ଗୁଳି । ଏକ ମୋଟର ସାଇକେଲରେ ତିନି ଦୁବୃର୍ତ୍ତ ଆସି ଲୁଟିନେଲେ ଲକ୍ଷାଧିକ ଟଙ୍କା । ମହିନ୍ଦ୍ରା ଫାଇନାସ କମ୍ପାନୀରେ କାମ କରୁଥିବା ଆଠଗଡ ଅଶୋକ ନଗର ଅଞ୍ଚଳର ଦୟାନିଧି ଭଞ୍ଜଙ୍କ ପୁଅ କ୍ଷିତିସ ରଞ୍ଜନ ଭଞ୍ଜଙ୍କଠାରୁ ଏହି ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଆଜି ଅପରାହ୍ନ ୫ଟା ସମୟରେ କ୍ଷିତିଷ ମହିନ୍ଦ୍ରା ଫାଇନାସ ଟଙ୍କା କଲେକସନ କରି ନରସିଂହପୁରରୁ ନିଜ ଘର ଆଠଗଡକୁ ଫେରୁଥିଲେ । ଆଠଗଡ ଥାନା ଅନ୍ତର୍ଗତ ଜେନାପଦାର ମାରୁଗୋଠ ଛକ ନିକଟରେ ତିନିଜଣ ଯୁବକ ଗୋଟିଏ ବାଇକରେ ଆସି କ୍ଷିତିସଙ୍କୁ ଅଟକାଇ ମାଡ ମାରିଥିଲେ । କ୍ଷତିଷ ଦୁର୍ବତ୍ତମାନଙ୍କ ସହିତ ଧସ୍ତାଧସ୍ତି କରି ଖସି ପଳାଇ ଆସୁଥିବା ବେଳେ ଦୃବୁତ୍ତ ମାନେ କ୍ଷିତିସଙ୍କୁ ଗୁଳି ଚାଳନା କରିଥିଲେ। ଗୁଳିଟି କ୍ଷିତିଷଙ୍କ ବାମ ଗୋଡରେ ବାଜିବାରୁ ସେ ଗୁରୁତର ଆହାତ ହୋଇ ରାସ୍ତା ଉପରେ ପଡିଥଲେ ।

ଦୁର୍ବତ୍ତମାନେ ତାଙ୍କ ବ୍ୟାଗ ସହିତ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ କ୍ଷିତିଷ ତାଙ୍କ ସାଙ୍ଗ ମାନଙ୍କୁ ଫୋନ ଯୋଗେ ଜଣାଇବାରୁ ସାଙ୍ଗ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମୋଟର ସାଇକେଲ ଯୋଗେ ଆଠଗଡ ଡାକ୍ତରଖାନାରେ ଭର୍ତି କରାଇଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ସଙ୍ଗେ ସଙ୍ଗେ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହେବା ସହିତ ଖୁଣ୍ଟୁଣୀ ନରସିଂହପୁର ରାଜ୍ୟ ରାଜପଥ ଯେ ଏବେ ସୁରକ୍ଷିତ ନୁହେଁ ତାହା ସାଧାରଣରେ ଆଲୋଚନା ହେଉଛି।

ଆଜି ପୂର୍ବାହ୍ନରେ ଅଶୋକନଗର ମଙ୍ଗଳା ମନ୍ଦିର ଠାରେ ତିନିଜଣ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ବସିଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେମାନେ ସେହିଠାରେ ରହି କ୍ଷିତିସଙ୍କ ଗତିବିଧି ଉପରେ ନଜର ରଖି ପରେ ଏହି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ତିନିଜଣ ଯୁବକଙ୍କ ସହିତ ଆଠଗଡ ଅଞ୍ଚଳର କେହି ଯୁବକ ଥିବା କାରଣରୁ ଦୁର୍ବତ୍ତମାନେ ତାଙ୍କରି ସାହାଯ୍ୟରେ ଏଭଳି ଏକ କାଣ୍ଡ ଘଟାଇ ଥିବାର ସନ୍ଦେହ ପ୍ରକାଶ ପାଇଛି। ପୋଲିସ ଘଟଣାର ତଦନ୍ତ କରିବା ସହିତ ଖୁବଶୀଘ୍ର ଦୁର୍ବତ୍ତ ମାନେ ଧରାପଡିବେ ବୋଲି ଯେତେ ଦୃଢକ୍ତି ପ୍ରକାଶ କରିଛନ୍ତି । ଆଠଗଡ ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏବେ ସାଧାରଣରେ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା