Masthead

ଅଡିଓ ଟେପ ଜାରି କଲା ମାଓ ସଂଗଠନ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ମାଓ ସଂଗଠନ ପକ୍ଷରୁ ଆଜି ଏକ ଅଡିଓ ଟେପ୍ ଜାରି ହୋଇଛି । ଏହି ଅଡିଓରେ ମାଓନେତା କୈଳାସ କହିଛନ୍ତି ଯେ ସ୍ୱାଭିମାନ ଅଂଚଳରେ ଗତ ୧୩ ତାରିଖରେ ହୋଇଥିବା ଗୁଳିବିନିମୟ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା । କମରେଡ ମାଲେସ ଏବଂ ଶାନ୍ତମା ଆଦିବାସୀଙ୍କ ହିତ ପାଇଁ ଲଢ଼ୁଥିବା ବେଳେ ସେମାନଙ୍କୁ ନିର୍ମମ ହତ୍ୟା କରି ପୁଲିସ ଏନକାଂଉଟରର ଆଖ୍ୟା ଦେଇଛି । ମାଓ ସଂଗଠନର ୨ ଜଣଙ୍କୁ ପୁଲିସ ଅଟକ ରଖିଥିବା ସେ ଅଭିଯୋଗ ରଖିଛି । ଏମାନଙ୍କୁ କୋର୍ଟରେ ହାଜର କରିବା ପାଇଁ ସେ ଦାବି କରିଛନ୍ତି । ମାଓ ସଂଗଠନକୁ ଦମନ କରିବା ଆଳରେ ପୁଲିସ ନୀରିହ ଆଦିବାସୀଙ୍କୁ ମାଓବାଦୀ ନାମରେ ମିଥ୍ୟା ଏନକାଉଂଟର କରୁଛି । ସ୍ୱାଭିମାନ ଅଂଚଳର ଖଣି ଖାଦାନ ଏବଂ ବନ୍ୟଜାତ ଦ୍ରବ୍ୟକୁ ଲୁଟ କରୁଥିବା ସରକାରଙ୍କ ବିରୁଧରେ ମାଓ ସଂଗଠନକୁ ଦୁର୍ବଳ କରିବାକୁ ପୁଲିସ ପ୍ରୟାସ କରୁଛି । ଏହି ଏନକାଉଂଟରର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମାଓନେତା କୈଳାସ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ