Masthead

କୀର୍ତ୍ତନଙ୍କୁ ମେଘଦୂତ ସମ୍ମାନ

ବେଗୁନିଆପଡ଼ା(ବଡ଼ ଖବର ବ୍ୟୁରୋ): ଉତ୍କୃଷ୍ଟ ସେବା ପାଇଁ କୀର୍ତ୍ତନ ନାୟକଙ୍କୁ ଭାରତୀୟ ଡାକ ବିଭାଗ ତରଫରୁ ବିଭାଗୀୟ ସର୍ବୋଚ୍ଚ ସମ୍ମାନ ‘ମେଘଦୂତ ସମ୍ମାନ’ ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇବାରେ ସେ ଗ୍ରାମୀଣ ଡାକ ସେବକ ବର୍ଗରେ ଓଡିଶାରୁ ପ୍ରଥମ ବୋଲି ଜଣାପଡିଛି । ଡାକ ବିଭାଗର ଏହି ସର୍ବୋଚ୍ଚ ସମ୍ମାନକୁ ଏକ ଭରଚ୍ୟୁଆଲ ସଭା ମାଧ୍ୟମରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ପ୍ରଦାନ କରିଛନ୍ତି । ଜାତୀୟସ୍ତରରେ ମେଘଦୂତ ସମ୍ମାନ ପରି ମଣ୍ଡଳର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ କର୍ନେଲ ଜଳେଶ୍ୱର କହଁରଙ୍କ ଦ୍ୱାରା ସମ୍ମାନୀତ କରାଯାଇଛି ।

ସେ ବ୍ରହ୍ମପୁର ମଣ୍ଡଳର କୋଦଳା ଉପଡାକଘରର ମର୍ଦ୍ଧକୋଟ ଶାଖା ଘରେ ଗ୍ରାମୀଣ ଡାକ ସେବକ ଭାବେ କାର୍ଯ୍ୟରତ । ସେ ଦୀର୍ଘ ୨୫ ବର୍ଷ ହେଲା ଡାକ ବିଭାଗରେ କାର୍ଯ୍ୟ କରିଆସୁଛନ୍ତି । କରୋନା ସମୟରେ ଡାକସେବା ପ୍ରଦାନ କରି ୪ହଜାର ୧୧୨ ଜଣଙ୍କୁ ଦ୍ୱାରଦେଶରେ ଟଙ୍କା ଉଠାଣର ସୁବିଧା ପ୍ରଦାନ କରି ଏହି ସର୍ବୋଚ୍ଚ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ଏଥିପାଇଁ ସେ ବହୁତ ଖୁସି ଅନୁଭବ କରିବା ସହ ଆଗକୁ ମଧ୍ୟ ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ