ସୁରକ୍ଷା ମାଗିଲେ ଅନୁଭବ ମହାନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପରଦା ଆଗରେ ସବୁବେଳେ ଚର୍ଚ୍ଚାରେ ରହୁଥବା ଯୋଡି ଏବେ ପ୍ରତିଦିନ ପରଦା ପଛରେ ମଧ୍ୟ ଖୁବ ଚର୍ଚ୍ଚାରେ ରହୁଛନ୍ତି । ଦୁହିଁଙ୍କ ଭିତରେ ଲାଗିରହୁଥିବା ବିବାଦ ଭିଡିଓ ମାଧ୍ୟମରେ ବାହାରକୁ ଆସିଲେ ସୋସିଆଲ ମିଡିଆରେ ତାହା ସଙ୍ଗେ ସଙ୍ଗେ ଭାଇରାଲ ହେବାକୁ ଲାଗୁଛି । ରିଲ୍ ଲାଇଫରୁ ରିଅଲ ଲାଇଫରେ ପତିପତ୍ନୀ ହୋଇଥିବା ବର୍ଷା ଓ ଅନୁଭବଙ୍କ ଯୋଡିକୁ ଲୋକମାନେ ଯେତିକି ପସନ୍ଦ କରିଥାନ୍ତି ତାଙ୍କ ମଧ୍ୟରେ ହେଉଥିବା ବିବାଦକୁ ନେଇ ପ୍ରତିଦିନ ଅପଡେଟ ଜାଣିବାକୁ ମଧ୍ୟ ଲୋକଙ୍କର ସେତିକି ଇଚ୍ଛା । ବିବାଦକୁ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ସ୍ୱାମୀଙ୍କ ବିରୁଦ୍ଧରେ ପୁଣି ପୁରୀଘାଟ ଥାନାରେ ଅଭିଯୋଗ କରିବା ପରେ ଅନୁଭବ ମହାନ୍ତି ସୁରକ୍ଷା ଲୋଡିଛନ୍ତି । ସେ ଡିଜିଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି ।

ତେଣେ ଅଭିନେତ୍ରୀ ବର୍ଷା ଅଭିଯୋଗ କରିଛନ୍ତି ଯେ, ଅନୁଭବ ତାଙ୍କ ରୁମ୍ ବାହାରେ ତାଲା ପକାଇଦେଇଥିଲେ । ବାଧ୍ୟ ହୋଇ ବର୍ଷା ଏକ ଘଣ୍ଟା ଧରି ରାସ୍ତାରେ ଠିଆ ହୋଇଥିଲେ । ଅନୁଭବ ଓ ତାଙ୍କ ୨ ସହଯୋଗୀ ଘରେ ପ୍ରବେଶ କରାଇ ଦେଉନଥିବା ବର୍ଷା ଅଭିଯୋଗ ଦେଉଛନ୍ତି । ଏହା ପୂର୍ବରୁ ଏମାନେ ଅନେକ ଥର ଥ।ନ।ରେ ପରସ୍ପର ବିରୁଦ୍ଧରେ ଅଭିଯୋଗ କରିସାରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ