Masthead

ନାଇଟ୍ କ୍ଲବ ରେଡରେ ଧରାପଡିଲେ ଏହି ସେଲିବ୍ରିଟିଜ୍….

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମୁମ୍ବାଇରେ କରୋନା ନିୟମ ଉଲଂଘନ ଅଭିଯୋଗରେ ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୁମ୍ବାଇର ଏକ କ୍ଲବରେ କରୋନା କଟକଣା ନ ମାନି ପାର୍ଟି କରୁଥିବା ୩୪ଜଣଙ୍କୁ ଗିରଫ କରାଯାଇଛି । ସୂଚନାନୁସାରେ ଗିରଫ ହୋଇଥିବା ୩୪ଜଣଙ୍କ ମଧ୍ୟରେ କ୍ରିକେଟର ସୁରେଶ ରାଇନା, ଗାୟକ ଗୁରୁ ରାନ୍ଧୱା ଏବଂ ଅନ୍ୟମାନେ ଥଲେ । ପରେ ସୁରେସ ରାଇନା ଏବଂ ଗୁରୁ ରାନ୍ଧୱାଙ୍କୁ ଜାମିନ ମିଳିଛି ।

ଏହି ପାର୍ଟି ମୁମ୍ବାଇ ବିମାନବନ୍ଦର ନିକଟ ଜେଡବ୍ଲ୍ୟୁ ହୋଟେଲ କ୍ଲବରେ ଚାଲିଥିଲା । ଯେଉଁଠାରେ କରୋନା ନିୟମ ଉଲ୍ଲଂଘନ କରାଯାଇଥିଲା । ମୁମ୍ବାଇରେ ସମସ୍ତଙ୍କ ବିରୋଧରେ ଏଫ୍ଆଇଆର ପଞ୍ଜିକୃତ ହୋଇଛି । ରାତ୍ରିକାଳନୀ କର୍ଫ୍ୟୁ ଜାରି ପରେ ମଧ୍ୟ ଏବି କ୍ଲବରେ ହାଇ ପ୍ରୋଫାଇଲ ପାର୍ଟି ଚାଲିଥିଲା । ପାର୍ଟି ଚାଲିଥିବା ନେଇ ପୋଲିସ ସୂଚନା ପାଇବା ପରେ ଭୋରରୁ ଚଢାଉ କରିଥିଲା । ମୁମ୍ବାଇରେ ଲକଡାଉନ ନିୟମ ଜାରି କରାଯାଇଥିବା ବେଳେ ରାତି ୧୧ଟା ପରେ କୌଣସି ପ୍ରକାର ପାର୍ଟି କିମ୍ବା ସର୍ବସାଧାରଣ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା