Masthead

ଚୀନ ସହ ଆଲୋଚନା ବିଫଳ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ ଓ ଚୀନ ମଧ୍ୟରେ ଗତ ମେ’ ମାସରୁ ସୀମା ବିବାଦ ଲାଗିରହିଛି । ନିୟନ୍ତ୍ରଣ ରେଖା ତଥା ଏଲଓସିରେ ଦୀର୍ଘଦିନ ଧରି ଉଭୟ ପକ୍ଷରୁ ସେନା ମୁତୟନ ହୋଇଛନ୍ତି । ଦୁଇ ଦେଶ ଭିତରେ ଅନେକ ଥର ଆଲୋଚନା ହେବା ପରେ ମଧ୍ୟ କୌଣସି ବାଟ ଫିଟି ପାରିନାହିଁ । ଭାରତୀୟ ସେନା ଲଦାଖରେ ପୂର୍ବଭଳି ସଜାଗ ରହିଛି । ଏହାରି ଭିତରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବଡ ବୟାନ ଦେଇଛନ୍ତି ।

ସେ କହିଛନ୍ତି ଚୀନ ସହ ହୋଇଥିବା ସମସ୍ତ ଆଲୋଚନା ବିଫଳ ହୋଇଛି, କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ଏବେ ସୀମାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏଭଳି ସ୍ଥିତିରେ ସୀମାରେ ଅଧିକରୁ ଅଧିକ ସୈନିକ ନିୟୋଜିତ କରିବାର ଆବଶ୍ୟକତା ରହିଛି । ସେ ଆହୁରି କହିଛନ୍ତି ଦୁଇ ଦେଶ ମଧ୍ୟରେ ସେନା ଓ ରାଜନୈତିକ ସ୍ତରୀୟ ଆଲୋଚନା ପାଇଁ ପ୍ରୟାସ ଜାରି ରହିଛି । ଅନ୍ୟପଟେ ଚୀନ ସୀମାରେ ନିୟୋଜିତ ସେନାମୁଖ୍ୟଙ୍କୁ ବଦଳି କରିଥିବା ବେଳେ ଚଳିତ ମାସରେ ଶେଷ ଥର ପାଇଁ ଭାରତ ଓ ଚୀନ ମଧ୍ୟରେ ଆଲୋଚନା ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର