Masthead

୨୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା ସମୟରେ ଗ୍ୟାସ ଦରର ବୃଦ୍ଧି ଗ୍ରାହକ ତଥା ଉପଭୋକ୍ତା ମାନଙ୍କର ଚିନ୍ତା ବଢାଇଛି । ଗୋଟିଏ ମାସ ମଧ୍ୟରେ ୨ଥର ଦର ବୃଦ୍ଧି ପରେ ଗ୍ୟାସସିଲିଣ୍ଡର ଦର ୭୦୦ ଛୁଇଁବାକୁ ଗଲାଣି । କରୋନା ମାଡରେ ସମସ୍ତଙ୍କର ଆର୍ôଥକସ୍ଥିତି ଟଳମଳ ହୋଇପଡିଛି । ଏହି ସମୟରେ ଗ୍ୟାସ ବୃଦ୍ଧି ଆହୁରି ସମସ୍ୟା ଉତ୍ପନ କରୁଛି । ଏଭଳି ସ୍ଥିତିରେ ପେଟିଏମ ଆଣିଛି ଗ୍ରାହକ ମାନଙ୍କ ପାଇଁ ଏକ ଦମଦାର ଅଫର । ଏହି ଅଫର ଉପଭୋକ୍ତାଙ୍କ ମନରେ କିଛି ମାତ୍ରାରେ ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି । ଏବେ ୭୦୦ ଟଙ୍କାର ଗ୍ୟାସସିଲିଣ୍ଡର ପାଇପାରିବେ କେବଳ ୨୦୦ ଟଙ୍କାରେ । ଏଥିପାଇଁ ଆପଣ ପେଟିଏମ ଆପର ୟୁଜର ହୋଇଥିବା ଜରୁରୀ । ୟୁଜର ହେବା ପରେ ଆପଣ ସମସ୍ତେ ଏହାର ଲାଭ ଉଠାଇ ପାରିବେ । ଗ୍ୟାସସିଲିଣ୍ଡର କିଣିବା ପାଇଁ ଆପଣଙ୍କୁ ପେଟିଏମ ମାଧ୍ୟମରେ ଟଙ୍କା ପ୍ରଥମେ ଡିପୋଜିଟ କରିବାକୁ ପଡିବ । ଏହି ଅଫରର ଫାଇଦା ଉଠାଇବା ପାଇଁ ପେଟିଏମରେ ଟଙ୍କା ଡିପୋଜିଟ ସହ କିଛି ସର୍ତ୍ତାବଳୀ ମାନିବାକୁ ହେବ । ଏହି ଅଫର ଅନୁଯାୟୀ ଏଠାରେ ଗ୍ୟାସ ବୁକିଂ କଲେ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ପାଇପାରିବେ ଉପଭୋକ୍ତା । କିନ୍ତୁ ଏହି ଅଫରର ମଜା ସମସ୍ତେ ଉପଭୋଗ କରିପାରିବେ ନାହିଁ । ତେବେ ଜାଣନ୍ତୁ ଏହି ଅଫର ପାଇଁ କଣ ରହିଛି ସର୍ତ୍ତାବଳୀ :-

• ପ୍ରଥମେ ମୋବାଇଲରେ ପେଟିଏମ ଆପ ଖୋଲନ୍ତୁ
• ଆପ ଖୋଲିବା ପରେ ରିଚାର୍ଜ ଓ ବିଲ-ପେ ଅପସନ ଉପରେ କ୍ଳିକ କରନ୍ତୁ
• କ୍ଳିକ କରିବା ପରେ ଗ୍ୟାସ କଣିିବା ପାଇଁ ଅପସନ ଆସିବ
• ଏହା ପରେ କେଉଁ ଗ୍ୟାସ କିଣିବେ ତାହା ଗ୍ରାହକଙ୍କୁ ସ୍ଥିର କରିବାକୁ ପଡିବ
• ପରେ ପଞ୍ଜିକୃତ ମୋବାଇଲ ନଂ କିମ୍ବା ଏଲପିଜି ଆଇଡି ଦେବାକୁ ପଡିବ
• ଏହାପରେ ବିଲ ପାଇଁ ଅପସନ ଆସିବ
• ତେବେ ଏହା ପୂର୍ବରୁ ଅଫର ପାଇଁ ଉପଲବ୍ଧ ଥିବା ପ୍ରୋମୋ କୋର୍ଡ ଫାଷ୍ଟ ଏଲପିଜି ଲେଖିବାକୁ ପଡିବ
• ପ୍ରୋମୋ କୋର୍ଡ ବିନା ଯଦି ପେମେଣ୍ଟ କରିଥାନ୍ତି ତେବେ ଏହି ଅଫରର ଫାଇଦା ଉଠାଇ ପାରିବେ ନାହିଁ
• ସେହିଭଳି ଏହି କୋର୍ଡକୁ ଥରେ ମାତ୍ର ବ୍ୟବହାର କରାଯାଇପାରିବ
• ପ୍ରଥମଥର ପାଇଁ ଗ୍ୟାସ ବୁକ କରୁଥିଲେ ଏହି ଅଫରରେ ଉପଭୋକ୍ତାଙ୍କୁ କ୍ୟାସବ୍ୟାକ ମିଳିବ

ଶେଷରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଏହାର ବୈଧତା ରହିଛି । ତେବେ ଶସ୍ତା ଗ୍ୟାସ ସିଲିଣ୍ଡର ପାଇବାକୁ ଆପଣଙ୍କ ହାତରେ ଆଉ ମାତ୍ର ଗୋଟିଏ ଦିନ ସମୟ ରହିଛି ।ତେଣୁ ଏହି ଅଫରକୁ ଉପଭୋଗ କରିବପାଇଁ ସର୍ତ୍ତାବଳୀ ଭଲ ଭାବେ ପଢନ୍ତୁ ଏବଂ ଅଫରର ମଜା ଉଠାନ୍ତୁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ