Masthead

ଜୋଙ୍ଗ୍‌ ସାନ୍‌ସ୍‌ହାନ୍‌ ସବୁଠାରୁ ଧନୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତର ମୁକେଶ ଅମ୍ବାନୀ ଏବଂ ଚୀନର ଜାକ୍‌ ମାଙ୍କୁ ଟପି, ଚୀନର ଜୋଙ୍ଗ୍‌ ସାନ୍‌ସ୍‌ହାନ୍‌ ଏସିଆ ମହାଦେଶର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ହୋଇଛନ୍ତି। ଏବର୍ଷ ଜୋଙ୍ଗଙ୍କ ସମୁଦାୟ ସମ୍ପତ୍ତି ୭୦.୯ ବିଲିୟନ ଡଲାର ବୃଦ୍ଧି ପାଇ ୭୭.୮ ବିଲିୟନ ଡଲାରରେ ପହଞ୍ଚିଛି । ତାଙ୍କୁ ବିଶ୍ୱର ୧୧ ବିତ୍ତଶାଳୀ ବ୍ୟକ୍ତିରେ ପରିଣତ କରିଥିବା କଥା ‘ବ୍ଲୁମ୍‌ବର୍ଗ ବିଲିଓନେୟର୍ସ ଇଣ୍ଡେକ୍ସ୍‍’ରୁ ଜଣାପଡ଼ିଛି। ଚୀନର ବାହାରେ ତାଙ୍କୁ କେହି ବି ଚିହ୍ନି ନଥିଲେ। ଜୋଙ୍ଗ୍ ରାଜନୀତିରେ ସମ୍ପୃକ୍ତ ନୁହନ୍ତି କି ବ୍ୟବସାୟର ମଧ୍ୟ ଅନ୍ୟ ଧନିକ ପରିବାରବର୍ଗଙ୍କ ସହ କୌଣସି ସମ୍ପର୍କ ନାହିଁ।

ବ୍ୟବସାୟରୁ ସେ ଏହି ସଫଳତା ହାସଲ କରିଛନ୍ତି। ଗତ ଏପ୍ରିଲ ମାସରେ ସେ ଟିକା ନିର୍ମାତା ‘ବେଜିଙ୍ଗ୍‌ ଓ୍ଵାନ୍‌ତାଇ ବାୟୋଲୋଜିକାଲ୍‌ ଏଣ୍ଟର୍‌ପ୍ରାଇଜ୍‌ କୋ.’କୁ ହାତକୁ ନେଇଥିଲେ ଓ ତା’ର କିଛି ମାସ ପରେ ପାଣି ବୋତଲ ନିର୍ମାତା କମ୍ପାନି ‘ନୋଙ୍ଗଫୁ ସ୍ପ୍ରିଙ୍ଗ୍‌’କୁ ନିଜ ମାଲିକାନାକୁ ନେବା ପରେ ବିକ୍ରି ଖୁବ ବଢ଼ିଯାଇଥିଲା। ସେ ଏହି ଦୁଇଟି ବ୍ୟବସାୟ ଚାଲୁ କରିବାକ୍ଷଣି ‘ନୋଙ୍ଗଫୁ’ର ସେୟାର ୧୫୫% ଏବଂ ‘ଓ୍ଵାନ୍‌ତାଇ’ର ସେୟାର ୨୦୦୦% ରୁ ଅଧିକ ବୃଦ୍ଧିପାଇଥିଲା। ଏବର୍ଷ ଅମ୍ବାନୀଙ୍କ ସମ୍ପତ୍ତି ମଧ୍ୟ ୧୮.୩ ବିଲିୟନ‌ ଡଲାର ବୃଦ୍ଧି ପାଇ ୭୬.୯ ବିଲିୟନ‌ ଡଲାରରେ ପହଞ୍ଚିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ