Masthead

ଜୀବନରେ କେବେବି ଏହି ଭୁଲ କରନ୍ତୁ ନାହିଁ..

ଗରୁଡ଼ ପୁରାଣରେ ପୂର୍ବଜନ୍ମ ବିଷୟରେ କୁହାଯାଇଛି ଯେ, ପ୍ରାଣୀ ମାତୃ ଗର୍ଭରେ ବଢୁଥିବା ସମୟରେ ତାକୁ ତା’ର ପୂର୍ବଜନ୍ମ ବିଷୟରେ ସବୁ ଜଣାଥାଏ। କିନ୍ତୁ ଯେତେବେଳେ ସେ ମାତୃ ଗର୍ଭରୁ ବାହାରକୁ ଆସେ ଏବଂ ପ୍ରକୃତିର ବାୟୁ ତାକୁ ସ୍ପର୍ଶ କରେ ସେତେବେଳେ ସେ ତାର ପୂର୍ବଜନ୍ମକୁ ପୂରା ଭୁଲି ଯାଏ। ଏହା ହେଉଛି ଜନ୍ମ ମୃତ୍ୟୁ ଚକ୍ରର ନିୟମ।

  • ଯେଉଁ ବ୍ୟକ୍ତି ନିଜର ପ୍ରିୟ ବନ୍ଧୁଙ୍କୁ ଅପମାନିତ କରିଥାଏ କି ତାଙ୍କ ସହ ବିଶ୍ୱାସଘାତକତା କରିଥାଏ ସେଭଳି ବ୍ୟକ୍ତିର ଆତ୍ମା ପୁନର୍ଜନ୍ମରେ ଗଧ ଜନ୍ମ ପାଇଥାଏ। କର୍ମଫଳ ନିୟମ ଅନୁସାରେ ଯଦି ଆପଣ ଆପଣଙ୍କ ସାଙ୍ଗର ମନରେ ବହୁତ କଷ୍ଟ ଦେଇଥିବେ ଏବଂ ସେ ସେହି ଆଘାତକୁ ସହି ନଥିବେ, ତେବେ ବୁଝିଯିବା ଉଚିତ ଯେ ପୁନର୍ଜନ୍ମରେ ଆପଣ ୨୦ ରୁ ୨୫ ବର୍ଷ ଗଧ ରୂପରେ ଜନ୍ମ ନେବେ।  ଯଦି ଆପଣଙ୍କର ପାପ କ୍ଷମାଯୋଗ୍ୟ ହୋଇଥିବ ତେବେ ନିୟମାନୁସାରେ ଆପଣ ଗଧ ଜନ୍ମରୁ ଶୀଘ୍ର ମୁକ୍ତ ହେବେ।

 

  • ସେହିପରି ଯେଉଁବ୍ୟକ୍ତି ନିଜର ବାପା ମାଙ୍କୁ ପଚାରେ ନାହିଁ ତାଙ୍କ ମନରେ କଷ୍ଟ ଦିଏ ଏବଂ ଘର ଥାଇ ତାଙ୍କୁ ଜରାଶ୍ରମରେ ରଖିଥାଏ ସେହି ବ୍ୟକ୍ତି ଆସନ୍ତା ଜନ୍ମରେ କଇଁଛ ଜନ୍ମ ନେଇଥାଏ। କଇଁଛର ଆୟୁଷ ୮୦ରୁ ୧୨୦ ବର୍ଷ ହୋଇଥାଏ ତା’ ମାନେ ଏ କର୍ମଫଳର ସଜା ବହୁତ ଲମ୍ବା ହୋଇଥାଏ। କୁହାଯାଏ ଯେ, କଇଁଛର ପୂର୍ବଜନ୍ମର ପାପ ଏତେ ଗଭୀର ହୋଇଥାଏ ଯେ ତାକୁ ମୃତ୍ୟୁ ସବୁବେଳେ ଗୋଡ଼ାଉଥାଏ। ତେଣୁ ସେ ନିଜ ଶରୀରକୁ ସବୁ ବେଳେ ଲୁଚାଇ ରଖିଥାଏ।

 

  • ଯେଉଁ ବ୍ୟକ୍ତି ମାଲିକର ବିଶ୍ୱସନୀୟ ହୋଇ ମାଲିକ ସହ ବିଶ୍ୱାସଘାତ କରିଥାଏ, ସେ ପରଜନ୍ମରେ ମାଙ୍କଡ଼ ଜନ୍ମ ନେଇଥାଏ। ମାଙ୍କଡ଼ର  ଜୀବନ କାଳ ୨୦ ବର୍ଷ ହୋଇଥାଏ। ଯିଏ ଅନ୍ୟର ଧନ ଯଥା ସୁନା, ଗହଣା, ଟଙ୍କା ଆଦିକୁ ଛଳନା ଏବଂ କପଟତା କରି ନେଇଯାଏ ସେହି ବ୍ୟକ୍ତି ପରଜନ୍ମରେ କୀଟ, ପୋକ, ମାଛି ଆଦି ରୂପରେ ଜନ୍ମ ନେଇଥାଏ। କୁଆ ଜନ୍ମ ସେହିବ୍ୟକ୍ତି ଧାରଣ କରେ ଯିଏ ଘରକୁ ଆସିଥିବା ବ୍ରାହ୍ମଣ, ଅତିଥି ଓ ଗୁରୁଜନଙ୍କୁ ସମ୍ମାନ ଦିଏ ନାହିଁ। ସେଥିପାଇଁ କୁଆ ସାରାଜୀବନ ଏକ ଅସୁନ୍ଦର ରୂପ ଧାରଣ କରି ଚାରିଆଡ଼େ ବୁଲେ। ତାକୁ କାହାରି ଆଦର କି ପ୍ରଶଂସା ମିଳେନାହିଁ।
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି