Masthead

ସ୍ମାର୍ଟ ସିଟିର ମହଙ୍ଗା ରାସ୍ତା

ରାଉରକେଲା(ବଡ଼ ଖବର ବ୍ୟୁରୋ): ସ୍ମାର୍ଟ ସିଟିରେ ନାହିଁ ଯାତାୟାତ ପାଇଁ ଭଲ ରାସ୍ତା । ରାସ୍ତା ତିଆରି ବଦଳରେ ରାସ୍ତାରେ ହୋଇଛି ବଡ଼ ବଡ଼ ଖାଲ । ଏପରି ହୋଇଛି ସ୍ମାର୍ଟ ସିଟି ରାଉରକେଲାରେ । କେବଳ ଗୋଟିଏ ରାସ୍ତା ନୁହେଁ, ସହରର ଗଳିକନ୍ଦି ରାସ୍ତାର ଅବସ୍ଥା ଶୋଚନୀୟ । ସ୍ମାର୍ଟ ସିଟିରେ ଚାଲିଛି ସ୍ୱରେଜ କାର୍ଯ୍ୟ । କିନ୍ତୁ ଏ ପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇପାରୁ ନାହିଁ । କାର୍ଯ୍ୟ ସରିଯାଇଥିବା ଜାଗାରେ ପୁଣି ଖୋଳାଖୋଳି କରି ରାସ୍ତାକୁ ପୁଣି ବନ୍ଦ କରି ଦିଆଯାଉଛି । ରାସ୍ତାଗୁଡିକ ଜର୍ଜରିତ ଅବସ୍ଥାରେ ପଡି ରହିଛି । ରାଉରକେଲା ସହରବାସୀ ବହୁ ହନ୍ତସନ୍ତ ହେଉଛନ୍ତି । ରାସ୍ତା ଖରାପ ଯୋଗୁଁ ବହୁ ସମୟରେ ଦୁର୍ଘଟଣା ଘଟୁଛି । ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଏହି ସ୍ୱରେଜ କାର୍ଯ୍ୟ ପାଇଁ ରାସ୍ତା ଅବରୋଧ ହୋଇପଡିଛି । ରାସ୍ତା ନିର୍ମାଣ ଡିସେମ୍ବର ସୁଦ୍ଧା ଶେଷ ହୋଇଯିବ ବୋଲି ରାଉରକେଲା ଜିଲ୍ଲାପାଳ କହିଥିଲେ । କିନ୍ତୁ ଡିସେମ୍ବର ସରି ଜାନୁଆରୀ ହେଲାଣି ଏ ପର୍ଯ୍ୟନ୍ତ କୌଣସି ସ୍ଥାନରେ ରାସ୍ତା ନିର୍ମାଣ ହୋଇପାରି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ