Masthead

କରୋନା ଯାଇନି ମ୍ୟୁଟାଣ୍ଟ ଆସୁଛି

ଟୋକିଓ: ଜାପାନ ସମେତ ଅନ୍ୟ ଦେଶଗୁଡିକରେ ବ୍ୟାପୁଛି ନୂଆ ଭାଇରସ୍ ମ୍ୟୁଟାଣ୍ଟ । ବ୍ରାଜିଲରୁ ଫେରିଥିବା ୪ ଜଣ ଯାତ୍ରୀଙ୍କ ମଧ୍ୟରେ ଏହି ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଜାପାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବିମାନବନ୍ଦରରେ ଏହି ଭାଇରସ୍ ୪୦ ବର୍ଷର ଜଣେ ପୁରୁଷ, ୩୦ ବର୍ଷର ଜଣେ ମହିଳା ଏବଂ ୨ ଛୋଟପିଲାଙ୍କ ପାଖରେ ଚିହ୍ନଟ ହୋଇଛି । ବ୍ରାଜିଲ ଆମାଜନ ଷ୍ଟେଟ୍ରୁ ଟୋକିଓ ଫେରିଥିଲେ ଏହି ଯାତ୍ରୀ । ଏହି ଭୂତାଣୁର ନୂତନ ସଂସ୍କରଣକୁ ବିଶ୍ଲେଷଣ କରିବା ପାଇଁ ଜାପାନ ଅନ୍ୟ ରାଷ୍ଟ୍ର, ଡବ୍ଲୁଏଚ୍ଓ ଏବଂ ଅନ୍ୟାନ୍ୟ ଡାକ୍ତରୀ ବିଶେଷଜ୍ଞଙ୍କ ସହ କାର୍ଯ୍ୟ କରୁଛି । ଉପଲବ୍ଧ ଟିକା କାମ କରିବ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଯେଉଁ ବ୍ୟକ୍ତି ପଜିଟିଭ ପରୀକ୍ଷା କରିଥିଲେ, ସେଠାରେ ପହଁଚିବା ପରେ ତାଙ୍କର କୌଣସି ଲକ୍ଷଣ ନ ଥିଲା । କିନ୍ତୁ ତାଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଛୋଟ ପିଲାଙ୍କ ମଧ୍ୟରୁ ଜଣେ ଜ୍ୱରରେ ପୀଡିତ ଥିଲେ । ମନ୍ତ୍ରଣାଳୟ ଅନୁଯାୟୀ ମହିଳାଙ୍କ ମୁଣ୍ଡରେ ଯନ୍ତ୍ରଣା ହୋଇଥିଲା କିନ୍ତୁ କୌଣସି ଲକ୍ଷଣ ନ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା