Masthead

୫୫ ବର୍ଷ ତଳେ ଆଜିର ଦିନରେ..

ବଡ଼ଖବର: ଇନ୍ଦିରା ଗାନ୍ଧୀ । ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ୫୫ ବର୍ଷ ତଳେ ଆଜିର ଦିନରେ ସେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ୧୯୬୬ ମସିହା ଜାନୁଆରୀ ୧୯ ତାରିଖ । ଭାରତର ରାଜନୈତିକ ଇତିହାସରେ ଏଇ ଦିନଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । କାହିଁକିନା ସେହି ଦିନରୁ ଭାରତରେ ଆରମ୍ଭ ହୋଇଥିଲା ଇନ୍ଦିରା ଯୁଗ । ଇନ୍ଦିରା ତାଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ସମୟରେ ଏଭଳି କିଛି ପଦକ୍ଷେପ ନେଇଛନ୍ତି । ଯାହା ପାଇଁ ସେ ପ୍ରଶଂସା ସାଉଁଟିବା ସହ ବିବାଦୀୟ ମଧ୍ୟ ହୋଇଛନ୍ତି । ତାସକେଣ୍ଟରେ ଲାଲବାହାଦୁର ଶାସ୍ତ୍ରୀଜୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ କିଏ ଦେଶର ପ୍ରଧାନମନ୍ତ୍ରୀ ହେବେ, ତାକୁ ନେଇ ଅନେକ ଟଣାଓଟରା ହୋଇଥିଲା । ଆଶାୟୀ ତାଲିକାରେ ଆଗରେ ଥିଲେ ମୋରାରଜୀ ଦେଶାଇ । କିନ୍ତୁ କେ. କାମରାଜଙ୍କ ଗୋଟି ଚାଳନା ପାଇଁ ଗାଦି ସମ୍ଭାଳିଥିଲେ ଇନ୍ଦିରା । ତାଙ୍କ ସମୟରେ ୧୯୭୧ରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ । ୧୯୭୫ରେ ଦେଶରେ ଜାରି ହୋଇଥିଲା ଏମର୍ଜିନ୍ସି । ୧୯୮୪ରେ ଅଙ୍ଗରକ୍ଷକଙ୍କ ଗୁଳିରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ପରେ ଏଯାବତ ଅନ୍ୟ କୌଣସି ମହିଳା ଭାରତର ପ୍ରଧାନମନ୍ତ୍ରୀ ହୋଇପାରିନାହାନ୍ତି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରଙ୍କ ଝିଅ ହେଉଛନ୍ତି ଇନ୍ଦିରା ଗାନ୍ଧୀ । ଭାରତ ଇତିହାସରେ ତାଙ୍କ ନାଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ଆଜି ବି ତାଙ୍କ ସାହସିକତାକୁ ଦେଶ ମନେ ପକାଏ । ସେ ଆଇରନ ଲେଡି ଭାବେ ପରିଚିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ