Masthead

ଆଜି #ସୁଶାନ୍ତଦିନ

ଭୁବନେଶ୍ୱର (ବଡ଼ ଖବର): ଆଜି ସ୍ୱର୍ଗତ ସୁପରଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମଦିନ । ଏହି ଦିନ ସୁଶାନ୍ତ ୧୯୮୬ରେ ତାଙ୍କ ଜନ୍ମସ୍ଥାନ ପାଟଣାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଆଜି ୩୫ତମ ଜନ୍ମଦିନକୁ ତାଙ୍କ ପ୍ରଶଂସକମାନେ ତାଙ୍କୁ ସ୍ମରଣ କରି ସୋସିଆଲ ମିଡିଆ ଟ୍ୱିଟରରେ #ସୁଶାନ୍ତଦିନ ରେ ଟ୍ରେଣ୍ଡ କରିଛନ୍ତି । ପ୍ରଂଶସକମାନେ ତାଙ୍କ ଜନ୍ମଦିନରେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଟେଲିଭିଜନରେ ଅତୁଳନୀୟ ସଫଳତା ପରେ ବଲିଉଡରେ ଲୋକଙ୍କ ହୃଦୟ ଜିତିବା ପରେ ସେ ହଠାତ୍ ଦୁନିଆରୁ ଚାଲିଯାଇଥିଲେ । ଆଜିର ଦିନରେ ତାଙ୍କର ପ୍ରଶଂସକମାନେ ତାଙ୍କୁ ମନେପକାଇ ଭାବବିହ୍ୱଳ ହୋଇଛନ୍ତି । ସୁଶାନ୍ତଙ୍କ ଭଉଣୀ ଶ୍ୱେତା ତାଙ୍କ ଜନ୍ମଦିନରେ ଭାବପ୍ରବଣ ହୋଇ ତାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, ‘ଲଭ୍ ୟୁ ଭାଇ’ ।

ଶ୍ୱେତା ଆହୁରି ଲେଖିଛନ୍ତି, “ୟୁସି ବରେଲିରେ ସୁଶାନ୍ତ ସିଂ ରାଜପୁତ ମେମୋରିଆଲ୍ ପାଣ୍ଠି ୩୫୦୦ ଡଲାର୍ ଦେବ । ୟୁସି ବରେଲିରେ ଜ୍ୟୋତିବିଜ୍ଞାନରେ ରୁଚି ରଖିଥିବା ଯେକୌଣସି ଛାତ୍ର ଏହି ପାଣ୍ଠି ପାଇଁ ଆବେଦନ କରିପାରିବେ । ଜନ୍ମଦିନର ଶୁଭେଚ୍ଛା ମୋ ଭାଇ । ମୁଁ ଆଶା କରୁଛି ତୁମେ ଯେଉଁଠାରେ ଥାଅ, ଖୁସିରେ ରୁହ” । ଖୁବ୍ କମ୍ ବୟସରେ ସେ ଦେଶବାସୀଙ୍କୁ ବଞ୍ଚିବାର ରାହା ଦେଖାଇ ଦେଇଥିଲେ । ଜୁନ ୧୪ରେ ମୁମ୍ବାଇସ୍ଥିତ ବାସଭବନରେ ତାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁର ତଦନ୍ତ ଏ ପର୍ଯ୍ୟନ୍ତ ଜାରି ରହିଛି । ତାଙ୍କ ମୃତ୍ୟୁକୁ ୭ ମାସ ବିତିଯାଇଥିଲେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ହୃଦୟରେ ଆଜି ପର୍ଯ୍ୟନ୍ତ ତାଙ୍କ ସ୍ମୃତି ସତେଜ ରହିଛି । ୨୦୧୬ ର ତାଙ୍କ ଫିଲ୍ମ ‘ଏମ୍ଏସ୍ ଧୋନି-ଦ ଅନଟୋଲ୍ଡ ଷ୍ଟୋରୀ’ ସୁଶାନ୍ତଙ୍କ କ୍ୟାରିୟରର ଏକ ବଡ ହିଟ୍ ହୋଇଥିଲା । ତାଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ ରେ ଅଭିନୟ କରି ବହୁ ପ୍ରଂଶସକଙ୍କ ମନ ଜିତିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ