Masthead

ରାସ୍ତାରେ ଗଡିବନି ୨୦ ବର୍ଷ ପୁରୁଣା ଗାଡି

ନୂଆଦିଲ୍ଲୀ (ବଡ଼ ଖବର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟ୨୦୨୧-୨୨ରେ ପୁରୁଣା ଯାନବାହନକୁ ହଟାଇବା ପାଇଁ ‘ସ୍କ୍ରାପ୍ ପଲିସି’ର ଘୋଷଣା କରିଛନ୍ତି । ଏଣିକି ୨୦ ବର୍ଷ ପୁରୁଣା ଘରୋଇ ଗାଡ଼ିକୁ ହଟାଇ ଦିଆଯିବ । ସେହିପରି ୧୫ ବର୍ଷ ପୁରୁଣା ବ୍ୟବସାୟିକ ଯାନକୁ ମଧ୍ୟ ହଟାଇ ଦିଆଯିବ । ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ସରକାରଙ୍କ ନୂଆ ସ୍କ୍ରାପ୍‌ ନୀତି ଅନୁସାରେ ଏହା କାର୍ୟ୍ୟକାରୀ ହେବାକୁ ଯାଉଛି । ନୂଆ ନୀତି ଯୋଗୁ ୧୦ ହଜାର କୋଟି ଟଙ୍କାର ନିବେଶ ବୃଦ୍ଧି ପାଇବ ବୋଲି କେନ୍ଦ୍ରୀୟ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି । ସେହିପରି ୫୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି । ସ୍କ୍ରାପ୍‌ ନୀତି ଯୋଗୁ ଅଟୋ ସେକ୍ଟରର ଆକାର ୪.୫୦ ଲକ୍ଷ କୋଟିରୁ ୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ । ଏହାଦ୍ୱାରା ପ୍ରଦୂଷଣ ମାତ୍ରା ୨୫ରୁ ୩୦ ପ୍ରତିଶତ ହ୍ରାସ ପାଇବାର ସମ୍ଭାବନା ରହିଛି । ନିର୍ମଳା ସୀତାରମଣ ତାଙ୍କ ଅଭିଭାଷଣରେ ଦେଶର ଭିତ୍ତିଭୂମି ବିକାଶରେ ୫.୫୪ ଟ୍ରିଲିୟନ ଟଙ୍କା ପୁଞ୍ଜି ବିନିଯୋଗ ଘୋଷଣା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ