Masthead

ଭୂତ ନେଉଛି ବାର୍ଦ୍ଧକ୍ୟ ଭତ୍ତା

କୋଣାର୍କ (ବଡ଼ ଖବର ବ୍ୟୁରୋ): ଭୂତ ନେଉଛି ବାର୍ଦ୍ଧକ୍ୟ ଭତ୍ତା । ପୁରୀ ଜିଲ୍ଲା ଗୋପ ବ୍ଲକରେ ଏଭଳି ଘଟଣା ଘଟିଥିବା ଆଟିଆଇ ତଥ୍ୟରୁ ଜଣାପଡ଼ିଛି । ଇଶାଣପୁର ପଂଚାୟତର ସୀତା ରାଉତଙ୍କର୨୦୧୯ମେ ୨୦ରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ନାମରେ ଉଠାଯାଇଛି ୪ମାସର ଭତ୍ତା । ସେହିପରି ୨୦୧୯ ଅଗଷ୍ଟ ୧୩ରେ ରାମ ଚନ୍ଦ୍ର ଖଟେଇଙ୍କର ମୃତ୍ୟୁ ହୋଇଛି । କିନ୍ତୁ ତାଙ୍କ ନାମରେ ୧୪ ମାସ ଧରି ଭତ୍ତା ଟଙ୍କା ଉଠାଯାଇଛି ।

ଆଶ୍ଚର୍ଯ୍ୟ କରୁଥିବା କଥା ହେଉଛି ରାମଚନ୍ଦ୍ର ଖଟୋଇ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ନାମରେ ଟଙ୍କା ଉଠାଯାଉଥିବା ବେଳେ ତାଙ୍କ ପତ୍ନୀ ଶାନ୍ତି ଖଟୋଇଙ୍କ ନାମରେ ମଧ୍ୟ ଉଠିଛି ମାସିକ ବାର୍ଦ୍ଧକ୍ୟ ଟଙ୍କା, ଯେଉଁ ଟଙ୍କା ସେ ନିଜେ ଆଣି ନଥିବା ବେଳେ ଦୀର୍ଘ ୧୪ ମାସ ଧରି ତାଙ୍କ ନାମରେ ଓ ତାଙ୍କ ସ୍ୱାମୀଙ୍କ ନାମରେ ଅନ୍ୟ କେହି ଟଙ୍କା ଉଠାଇଥିବା ସେ ଅଭିଯୋଗ ମଧ୍ୟ କରିଛନ୍ତି। ଆଶ୍ଚର୍ଯ୍ୟ ଚକିତ ଘଟଣା ହେଉଛି ଯେଉଁ ବାର୍ଦ୍ଧକ୍ୟ ଭତ୍ତା ଶାନ୍ତି ଖଟୋଇ ଙ୍କ ନାଁ ରେ ଉଠିଛି ସେ ଭତ୍ତା ବହି ରେ ନା ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦସ୍ତଖସ୍ତ ଅଛି ନା ଶାନ୍ତି ଖଟୋଇଙ୍କର, ଏପରିକି ବହିରେ ତାଙ୍କ ଫଟୋ ମଧ୍ୟ ନାହିଁ।

ଶୈଳବାଳା ପରିଡ଼ାଙ୍କ ନାମ ଆଗରୁ ମଧୁବାବୁ ପେନସନ ଯୋଜନାରେ ନଥିଲା । ୨୦୨୦ ନଭେମ୍ବର ୫ରେ ରାତି ଅଧିଆ ତାଙ୍କ ନାମରେ କାର୍ଡ଼ କରାଯାଇ ୬ ରେ ତାଙ୍କୁ ୬ହଜାର ୫୦୦ ଟଙ୍କା ଦିଆଯାଇଛି । ସେଥିରେ ୧୧ ମାସରେ ୫ ହଜାର ୫୦୦ଓ କୋଭିଡ଼ ବାବଦକୁ ୧ହଜାର ଟଙ୍କା ଦିଆଯାଇଛି । ନୂଆ କାର୍ଡ଼ରେ ବିନା ସ୍ୱାକ୍ଷରରେ ଟଙ୍କା ଦିଆଯାଇଛି । ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନକରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ