Masthead

ପ୍ରତିଷ୍ଠା ହେବ ଦେଶର ପ୍ରଥମ ବଜ୍ରପାତ ଗବେଷଣା କେନ୍ଦ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ବଜ୍ରପାତ ପ୍ରବଣ ଅଞ୍ଚଳରେ ଆସୁଥିବାରୁ ଏବଂ ପ୍ରତିବର୍ଷ ବଜ୍ରପାତ ଘଟି ଶହ ଶହ ଲୋକଙ୍କ ମୃତ୍ୟୁ ହେଉଛି । ଏହି ଗବେଷଣା କେନ୍ଦ୍ର ଦ୍ୱାରା ଓଡ଼ିଶା ସମେତ ଛତିଶଗଡ, ବିହାର ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ବି ଉପକୃତ ହେବେ। ପ୍ରତିବର୍ଷ ଓଡ଼ିଶାରେ ବଜ୍ରାଘାତ ୩ଶହରୁ ୪ଶହ ଜୀବନ ଯାଉଛି ।

ଏପ୍ରିଲରୁ ଜୁନ୍ ମାସରେ ମଧ୍ୟରେ ରାଜ୍ୟରେ ବଜ୍ରାଘାତ ବଢିବାରେ ଲାଗିଛି। ଏହି ପ୍ରାକୃତିକ ଦୁର୍ବିପାକ ସଂପର୍କରେ ଯଦି ଆଗୁଆ ସୂଚନା ଦିଆଯାଇପାରିବ ତେବେ ଧନଜୀବନ ନଷ୍ଟ ହେବାରୁ ସୁରକ୍ଷିତ ହୋଇପାରିବ। ଓଡ଼ିଶାର ବାଲେଶ୍ୱରରେ ଦେଶରେ ପ୍ରଥମ ବଜ୍ରପାତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନେଇଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ। ବଜ୍ରପାତ ପ୍ରବଣ ଅଞ୍ଚଳରେ ଆସୁଛି ଓଡ଼ିଶା। କିଛି ବର୍ଷ ହେବ ରାଜ୍ୟରେ ବଜ୍ରାଘାତଜନିତ ମୃତ୍ୟୁ ବଢି ବଢି ଚାଲିଛି।

ଭାରତୀୟ ପାଣିପାଗ କେନ୍ଦ୍ରର ତଥ୍ୟ ଅନୁୟାୟୀ, ଗତ ୧୦ ବର୍ଷରେ ରାଜ୍ୟରେ ୩ ହଜାରରୁ ଅଧିକ ଲୋକଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୩୭୪ ଜଣ ପ୍ରାଣ ହରାଇଥିବା ବେଳେ ଗଂଜାମ ଜିଲ୍ଲାରେ ୨୪୩ ଜୀବନ ଯାଇଛି । କିଛି ବର୍ଷ ହେଲା ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ବଜ୍ରପାତ ସଂପର୍କରେ ଆଗୁଆ ସୂଚନା ଦେବା ଆରମ୍ଭ କରିଛି। ଓଡ଼ିଶାରେ ଏହି ଗବେଷଣା କେନ୍ଦ୍ର ହେଲେ ଲୋକେମାନେ ଆଗୁଆ ସଚେତନ ହେବା ସହ ବହୁ ଧନଜୀବନ ସୁରକ୍ଷିତ ହୋଇପାରିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା