Masthead

ଯବାନଙ୍କ ପାଇଁ ନୂଆ ଟେଣ୍ଟ ‘ସୋଲାର ହିଟେଡ ମିଲିଟ୍ରି ଟେଣ୍ଟ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଯବାନ , ଯିଏ ନିଜର ଜୀବନକୁ ବାଜି ଲଗାଇ ଦେଶ ମାତୃକାର ସେବାରେ ନିଜକୁ ନିୟୋଜିତ କରିଥାଆନ୍ତି । ଭୟଭୀତ ନହୋଇ ସବୁ ପରିସ୍ଥିତିକୁ ସାମ୍ନା କରନ୍ତି ଯବାନ । ଲଦାଖର ଗଲୱାନ ଭ୍ୟାଲିଏକ ଏପରି ସ୍ଥାନ ଯେଉଁଠାରେ ସବୁବେଳେ ତାପମାତ୍ରା କମ ଥାଏ । ଏହି ସମସ୍ୟାର ସମାଧାନ କରିବାକୁ ସମାଜସେବୀ ସୋନମ ବାଙ୍ଗଚୁକ ଏକ ପ୍ରୟାସ କରିଥିଲେ । ସୋନମ ବାଙ୍ଗଚୁକ ସେନା ଯବାନଙ୍କ ପାଇଁ ଏମିତି ଏକ ଟେଣ୍ଟ ତିଆରି କରିଛନ୍ତି ଯେଉଁଥରେ ସବୁବେଳେ ତାପମାତ୍ରା ୧୫-୨୦ ଡିଗ୍ରୀ ମଧ୍ୟରେ ରହିବ । ବାହାରେ ତାପମାତ୍ରା ମାଇନସ୍ ୨୦ ଥିଲେ ମଧ୍ୟ ଏହି ଟେଣ୍ଟ ଭିତରେ ଏହା ୧୫-୨୦ ଡିଗ୍ରୀ ମଧ୍ୟରେ ରହିବ ବୋଲି ସେ କହିଛନ୍ତି । ଯାହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି ।

ବଲିଉଡ୍‌ର ବହୁ ଚର୍ଚ୍ଚିତ ଫିଲ୍ମ ’ଥ୍ରୀ ଇଡିଏଟସ୍‌’ ବି ସୋନମଙ୍କ ଆଇଡିଆରୁ ନିର୍ମାଣ କରାଯାଇଥିଲା ବୋଲି କୁହାଯାଏ । ଏବେ ତିଆରି କରିଥିବା ଟେଣ୍ଟର ନାଁ ’ସୋଲାର ହିଟେଡ ମିଲିଟ୍ରି ଟେଣ୍ଟ’ ନାମ ଦେଇଛନ୍ତି ସୋନମ । ସେ ତାଙ୍କ ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସୋନମ ବାଂଗଚୁକ ନିଜ କ୍ରିଏଟିଭିଟି ପାଇଁ ବେଶ୍ ଜଣାଶୁଣା । ଏବେ ତାଙ୍କର ଏହି ମିଲିଟ୍ରି ଟେଣ୍ଟ ମଧ୍ୟ ଆସିଛି ଚର୍ଚ୍ଚାକୁ । ଏହାକୁ ଦେଖିବା ପରେ ଶିଲ୍ପପତି ଆନନ୍ଦ ମହିନ୍ଦ୍ରା ଏହାର ଖୁବ ପ୍ରଶଂସା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି