Masthead

ଯବାନଙ୍କ ପାଇଁ ନୂଆ ଟେଣ୍ଟ ‘ସୋଲାର ହିଟେଡ ମିଲିଟ୍ରି ଟେଣ୍ଟ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଯବାନ , ଯିଏ ନିଜର ଜୀବନକୁ ବାଜି ଲଗାଇ ଦେଶ ମାତୃକାର ସେବାରେ ନିଜକୁ ନିୟୋଜିତ କରିଥାଆନ୍ତି । ଭୟଭୀତ ନହୋଇ ସବୁ ପରିସ୍ଥିତିକୁ ସାମ୍ନା କରନ୍ତି ଯବାନ । ଲଦାଖର ଗଲୱାନ ଭ୍ୟାଲିଏକ ଏପରି ସ୍ଥାନ ଯେଉଁଠାରେ ସବୁବେଳେ ତାପମାତ୍ରା କମ ଥାଏ । ଏହି ସମସ୍ୟାର ସମାଧାନ କରିବାକୁ ସମାଜସେବୀ ସୋନମ ବାଙ୍ଗଚୁକ ଏକ ପ୍ରୟାସ କରିଥିଲେ । ସୋନମ ବାଙ୍ଗଚୁକ ସେନା ଯବାନଙ୍କ ପାଇଁ ଏମିତି ଏକ ଟେଣ୍ଟ ତିଆରି କରିଛନ୍ତି ଯେଉଁଥରେ ସବୁବେଳେ ତାପମାତ୍ରା ୧୫-୨୦ ଡିଗ୍ରୀ ମଧ୍ୟରେ ରହିବ । ବାହାରେ ତାପମାତ୍ରା ମାଇନସ୍ ୨୦ ଥିଲେ ମଧ୍ୟ ଏହି ଟେଣ୍ଟ ଭିତରେ ଏହା ୧୫-୨୦ ଡିଗ୍ରୀ ମଧ୍ୟରେ ରହିବ ବୋଲି ସେ କହିଛନ୍ତି । ଯାହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି ।

ବଲିଉଡ୍‌ର ବହୁ ଚର୍ଚ୍ଚିତ ଫିଲ୍ମ ’ଥ୍ରୀ ଇଡିଏଟସ୍‌’ ବି ସୋନମଙ୍କ ଆଇଡିଆରୁ ନିର୍ମାଣ କରାଯାଇଥିଲା ବୋଲି କୁହାଯାଏ । ଏବେ ତିଆରି କରିଥିବା ଟେଣ୍ଟର ନାଁ ’ସୋଲାର ହିଟେଡ ମିଲିଟ୍ରି ଟେଣ୍ଟ’ ନାମ ଦେଇଛନ୍ତି ସୋନମ । ସେ ତାଙ୍କ ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସୋନମ ବାଂଗଚୁକ ନିଜ କ୍ରିଏଟିଭିଟି ପାଇଁ ବେଶ୍ ଜଣାଶୁଣା । ଏବେ ତାଙ୍କର ଏହି ମିଲିଟ୍ରି ଟେଣ୍ଟ ମଧ୍ୟ ଆସିଛି ଚର୍ଚ୍ଚାକୁ । ଏହାକୁ ଦେଖିବା ପରେ ଶିଲ୍ପପତି ଆନନ୍ଦ ମହିନ୍ଦ୍ରା ଏହାର ଖୁବ ପ୍ରଶଂସା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ