Masthead

ଆକ୍ସନ ମୁଡ଼ରେ ବାଇଡେନ ସରକାର

ବଡ଼ ଖବର : ଆକ୍ସନ ମୁଡ଼ରେ ବାଇଡେନ ସରକାର । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶରେ ଲାଗୁ କରିଥିବା ଗୋଟିଏ ପରେ ଗୋଟିଏ ନିୟମକୁ ତାଙ୍କ ଉତ୍ତରାଧିକାରୀ ଜୋ ବାଇଡେନ୍ ରଦ୍ଦ କରିବା ଆରମ୍ଭ କରିଛନ୍ତି। ଏହି କ୍ରମରେ ଆମେରିକାରେ ପ୍ରବେଶ କରି କାମ କରିବା ପାଇଁ ଆବଶ୍ୟକ ଗ୍ରୀନ କାର୍ଡ ଆବେଦନ ଉପରେ ଟ୍ରମ୍ପ ଗତବର୍ଷ ଲଗାଇଥିବା ବ୍ୟାନକୁ ରାଷ୍ଟ୍ରପତି ବାଇଡେନ୍ ରଦ୍ଦ କରିଦେଇଛନ୍ତି।

ଏଣିକି ଆମେରିକାକୁ ବାହାର ଦେଶର ଲୋକ କାମ କରିବାକୁ ଆସିବା ପାଇଁ ଗ୍ରୀନ୍ କାର୍ଡ ପାଇଁ ଆବେଦନ କରିପାରିବେ ଓ ଏହାକୁ ତାଙ୍କୁ ପୂର୍ବଭଳି ମିଳିପାରିବ। ମହାମାରୀ କରୋନାରେ ଆମେରିକା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହା ଫଳରେ ଦେଶର ଅର୍ଥନୀତି ଦୋହଲି ଯିବା ସହ ବେକାରୀ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ଏହି କାରଣରୁ ଟ୍ରମ୍ପ ଆମେରିକାବାସୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଗ୍ରୀନ୍ କାର୍ଡ ଆବେଦନ ଉପରେ ବ୍ୟାନ୍ ଲାଗୁ କରିଥିଲେ। କିନ୍ତୁ ବାଇଡେନ୍ ଏହାକୁ ରଦ୍ଦ କରି କହିଛନ୍ତି, ବ୍ୟାନ୍ ନିଷ୍ପତ୍ତି ଦ୍ୱାରା ଆମେରିକାରେ ରହୁଥିବା ଲୋକମାନଙ୍କ ପରିବାରର ପରସ୍ପର ଠାରୁ ଅଲଗା ହୋଇ ଯାଉଛନ୍ତି।

ସେହିପରି ଦେଶର ବ୍ୟବସାୟ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହେଉଛି। ତେଣୁ ଆମ ପ୍ରଶାସନ ଦେଶରେ ଗ୍ରୀନ କାର୍ଡ ଆବେଦନ ଉପରେ ଲାଗୁ ହେଉଥିବା ବ୍ୟାନକୁ ରଦ୍ଦ କରୁଛି। ଟ୍ରମ୍ପ କ୍ଷମତାରେ ଥିବାବେଳେ ଶରଣାର୍ଥୀଙ୍କ ଉପରେ ଏକାଧିକ କଟକଣା ଲାଗୁ କରିଥିଲେ। ଏହି କାରଣରୁ ଆମେରିକାରେ ଥିବା କମ୍ପାନୀଗୁଡ଼ିକରେ କାମ କରୁଥିବା ବାହାର ଦେଶର ଲୋକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏଥିରେ କମ୍ପାନୀଗୁଡ଼ିକ ମଧ୍ୟ ବ୍ୟବସାୟିକ କ୍ଷତି ସହୁଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ