ରେଳ ଯାତ୍ରୀଙ୍କୁ ମହଙ୍ଗା ମାଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରେଳ ଯାତ୍ରୀଙ୍କୁ ମହଙ୍ଗା ମାଡ । ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ପାଇଁ ରେଳ ଭଡା ବୃଦ୍ଧି କରିଛନ୍ତି । ଅଳ୍ପଦୂର ଯାଉଥିବା ଯାତ୍ରୀଙ୍କ ଭଡା ବୃଦ୍ଧି କରାଯାଇଛି । ଭଡା ବୃଦ୍ଧିର କାରଣ ଦର୍ଶାଇ ରେଳ ବିଭାଗ କହିଛନ୍ତି ଯେ, କରୋନା ମହାମାରୀରୁ ରକ୍ଷା ପାଇବାପାଇଁ ଯାତ୍ରୀ ଭଡା ବୃଦ୍ଧି କରାଯାଇଛି । ରେଳ ଭଡା ବୃଦ୍ଧି ଫଳରେ ଲୋକଙ୍କ ଭିଡ ରହିବ ନାହିଁ । ଭଡା କେବଳ ୩୦ ରୁ ୪୦ କିଲୋମିଟର ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଲାଗୁ ହେବ । ଭାରତୀୟ ରେଳ ବିଭାଗର କହିବା ଅନୁଯାୟୀ, ଏବେ ବି କରୋନାର ଆତଙ୍କ ଯାଇନାହିଁ ।

ଏହା ସହ ଏବେ ମଧ୍ୟ କିଛି ରାଜ୍ୟରେ ପୁଣି ସ୍ଥିତି ବିଗିଡିବାରେ ଲାଗିଛି । ତେବେ ଅଧିକ ଲୋକ ଯେଭଳି ଭାବେ ଟ୍ରେନରେ ନଚଢନ୍ତି, ତାହାକୁ ଦୃଷ୍ଟିରେ ରଖି ରେଳ ଦର ବୃଦ୍ଧି କରାଯାଇଛି । ଫଳରେ କିଛି ପରିମାଣର ସଂକ୍ରମଣଙ୍କୁ ରୋକାଯାଇପାରିବ । ଭାରତୀୟ ରେଳ ବିଭାଗର ସୂଚନା ଅନୁଯାୟୀ, ଏହି ରେଳ ଭଡା ବୃଦ୍ଧି ୩ ପ୍ରତିଶତ ରେଳ ଉପରେ ଲାଗୁ ହେବ । ବୃଦ୍ଧି ହୋଇଥିବା ଟିକେଟର ଦାମ ମେଲ, ଏକ୍ସପ୍ରେସ୍ ଟ୍ରେନ ଆଧାରରେ କରାଯାଇଛି । ଏହା ଦ୍ୱାରା ଅଳ୍ପଦୂର ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏକ୍ସପ୍ରେସ୍ ଟ୍ରେନରେ ଯେତିକି ଭଡା ଦେବାକୁ ପଡୁଥିଲା ଏବେ ମେଲ ଟ୍ରେନରେ ମଧ୍ୟ ସେତିକି ଭଡା ଦେବାକୁ ପଡିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ