Masthead

ଶ୍ରୀମନ୍ଦିରର ଶିରି ବଢୁଛି ନା ଉଜୁଡୁଛି

ପୁରୀ(ବଡ଼ ଖବର ବ୍ୟୁରୋ):  ଶ୍ରୀମନ୍ଦିର ସାଢେଚାରିକୋଟି ଓଡ଼ିଆଙ୍କ ଭାବାବେଗ ସହ ଯଡିତ । ଶ୍ରୀଜଗନ୍ନାଥ ହେଉଛନ୍ତି ପ୍ରତିଟି ଓଡ଼ିଆର ମୁରବୀ । ଆମ ଅଧ୍ୟାତ୍ମିକ ରାଜଧାନୀ ପୁରୀ । ବଡ଼ ଦାଣ୍ଡର ପ୍ରତିଟି ଧୂଳିକଣା ପବିତ୍ର । ସିଂହଦ୍ୱାରା ଆଗରେ ଥରେ ଗଡିଗଲେ ଜୀବନର ସମସ୍ତ ପାପ କ୍ଷେୟ ହୋଇଯାଏ । ପତିତପାବନଙ୍କୁ ଘଡିଏ ଚାହିଁ ଦେଲେ ଆତ୍ମା ପବିତ୍ର ହୋଇଯାଏ । ମାତ୍ର ଏବେ ସେ ସୁଯୋଗ ଶ୍ରୀମନ୍ଦିର ପ୍ରଶାସନ ଛଡାଇନେଇଛି । ନଷ୍ଟ କରିଦେଇଛି ପବିତ୍ରତା । ସିଂହଦ୍ୱାର ଆଗରେ ଘଡିଏ ଠିଆ ହୋଇ ନୀଳଚକ୍ର ଓ ପତିତପାବନଙ୍କୁ ଦର୍ଶନ କରିବାକୁ ଦିଆଯାଉନି । ବିକାଶ ନାଁରେ ପବିତ୍ରତା ଓ ଆଧ୍ୟାତ୍ମିକ ପରିବେଶ ମାଟିରେ ମିଶିବାକୁ ଲାଗିଛି ।

ପୁରୀରେ ଯାହା ଘଟୁଛି ଯେଉଁ ଢଙ୍ଗରେ ଘଟୁଛି, ତା ଠିକ ହେଉଛି ନା ଭୁଲ ହେଉଛି । ଶ୍ରୀମନ୍ଦିରର ଶିରି ବଢୁଛି ନା ଉଜୁଡୁଛି । ଏହାକୁ ନେଇ କାହଁକି ଜନମତ ସୃଷ୍ଟି ହେଉନାହିଁ । ଲଗାତାର ଭାବେ ବଡ ଖବର ତା’ ଅଭିଯାନ ଜାରି ରଖିଛି । ପୁରୀର ଲୋକ ଏବେ ସାମ୍ନାକୁ ଆସିଲେଣି । ରଘୁନନ୍ଦନ ଲାଇବ୍ରେରୀ, ବଡବଡ ମଠ ବଦଳରେ ଶ୍ରୀମନ୍ଦିର ଐତିହ ଓ ପରମ୍ପରାର ବିକଳ୍ପ କ’ଣ ଫୁଲକୁଣ୍ଡ । କିଛି ବ୍ୟାରିକେଡ! ଶ୍ରୀମନ୍ଦିରରେ ନିରାପତ୍ତାକୁ ନେଇ କାହାରି ଆପତ୍ତି ନାହିଁ । କିନ୍ତୁ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକୁ ନେଇ କାହାରି ଆପତ୍ତି ନାହିଁ । ଭକ୍ତଙ୍କ ସୁବିଧାକୁ ନେଇ କାହାରି ଆପତ୍ତି ନାହିଁ । କିନ୍ତୁ ଏହା ବଦଳରେ ଶ୍ରୀମନ୍ଦିରର ସ୍ୱତନ୍ତ୍ରତା ଓ ଆଧ୍ୟାତ୍ମିକତା ହତ୍ୟା କରାଯିବ କି? ଏହାହିଁ ଏବେ ସବୁଠୁ ବଡ ପ୍ରଶ୍ନ । ଶ୍ରୀମନ୍ଦିରର ଓ ଶ୍ରୀଜଗନ୍ନାଥ ବିଶ୍ୱରେ ବରଳ । ତାଙ୍କ ଭଳି ଠାକୁର ଓ ସେଭଳି ମନ୍ଦିର ନାହିଁ । ଶ୍ରୀମନ୍ଦିର ଚାରିପଟେ ଓଡିଆତ୍ୱର ବାସ୍ନା ହୁଏ । ଅନ୍ୟ ବଡ ବଡ ମନ୍ଦିର ସହ ଏହା ତୁଳନୀୟ ନୁହେଁ , କାହିଁକି ନା ଏ ହଉଛି ସବୁ ମନ୍ଦିରଠୁ ବଡ , ଏହେଉଛି ବଡ ଦେଉଳ । ହେଲେ ଏହାର ଓଡିଆତ୍ୱ ଯେପରି ମରି ମରି ଯାଉଛି । ଅନ୍ୟ ମନ୍ଦିର ଷ୍ଟାଇଲରେ ଏହାକୁ ତିଆରି କରିବାକୁ ଚେଷ୍ଟା କରାଯାଉଛି । ଖାଲି ଆଖିକୁ ଚକଚକ ଓ ସୁନ୍ଦର ଦେଖାଯାଇପାରେ, ସ୍ୱଛତା ପାଇଁ କାହାରିକ ମନା ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା