Masthead

ପୁଣି ମୈଦାନରେ ସେହବାଗ ଓ ସଚିନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ମୈଦାନକୁ ଓଲ୍ହାଇଲେ ସେହବାଗ -ସଚିନ ଯୋଡି | ରାୟପୁରର ସହିଦ ବୀର ନାରାୟଣ ସିଂ ଷ୍ଟାଡ଼ିୟମରେ ଶୁକ୍ରବାର ଆରମ୍ଭ ହୋଇଛି ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜ ଯାହା ମାର୍ଚ୍ଚ ୨୧ ଯାଏଁ ଚାଲିବ | ଏଥିରେ ଭାଗ ନେଇଛନ୍ତି ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ବାଂଲାଦେଶ ସହ ଭାରତ ଭଳି ୬ଟି ଟିମ | ସନ୍ନ୍ୟାସ ପରେ ପୁଣି ବିଶ୍ୱ ଦେଖୁଚି ଅନେକ ଭେଟେରାନ କ୍ରିକେଟରଙ୍କ ଜଲବା | ତେବେ ଆଜିର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ଧୂଳି ଚଟାଇଛି ଇଣ୍ଡିଆ ଲେଜେନ୍ଡସ |ରୋଡ୍ ସେଫଟି ୱାର୍ଲ୍ଡ ସିରିଜର ପ୍ରଥମ ମ୍ୟାଚ ଜିତିଛି ଭାରତ |

ବିଶ୍ୱ ଦେଖିଲା ମାଷ୍ଟର ବ୍ଲାଷ୍ଟରଙ୍କ ଅଧିନାୟକତ୍ୱରେ ସେହବାଗଙ୍କ ଧୂଆଁଧାର ବ୍ୟାଟିଂର କମାଲ | ଆଜିର ମ୍ୟାଚରେ ବାଂଲାଦେଶ ଲେଜେନ୍ଡସ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ବେଳେ ଓଡ଼ିଆ ବୋଲର ପ୍ରଜ୍ଞାନ ଓଝାଙ୍କ ସହ ଯୁବରାଜ ସିଂହ ଓ ବିନୟ କୁମାରଙ୍କ ବୋଲିଂ ଆକ୍ରମଣ ଆଗରେ ତିଷ୍ଠି ପାରିନଥିଲା ବାଂଲା ଟିମ | ନଜୀମୂଦିନଙ୍କ ୪୯ ରନ ସହାୟତାରେ ୧୯.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୦୯ ରନ କରିବାକୁ ସମର୍ଥ ହୋଇଥିଲା |

ତେବେ ୧୧୦ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ମୈଦାନକୁ ଓଲ୍ହାଇଥିଲେ ମାଷ୍ଟର ବ୍ଲାଷ୍ଟର | ସାଥିରେ ଥିଲେ ବିସ୍ପୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହବାଗ | ଅବସରର ୬ ବର୍ଷ ପରେ ବି ଚିରାଚରିତ ଢଙ୍ଗରେ ଗରଜିଥିଲା ବିରୁଙ୍କ ବଲ୍ଲା | ମାତ୍ର ୩୫ଟି ବଲରେ ଆକର୍ଷକ ୫ଟି ଛକା ଏବଂ ୧୦ଟି ଚୌକା ସହ ସେହବାଗଙ୍କ ଅପରାଜିତ ୮୦ ରନ ଓ ରକ୍ଷଣାତ୍ମକ ଢଙ୍ଗରେ ସଚିନଙ୍କ ଅପରାଜିତ ୩୩ରନ ସହାୟତାରେ ମାତ୍ର ୧୦ ଓଭର ଗୋଟିଏ ବଲରେ ବିଜୟ ଲକ୍ଷ୍ୟକୁ ଛୁଇଁ ଥିଲା ଟିମ ଇଣ୍ଡିଆ |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ