Masthead

ଐଶ୍ୱର୍ଯ୍ୟା ରାୟଙ୍କ ଡୁପ୍ଲିକେଟ୍ ଆମନା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ଅବିକଳ ଐଶ୍ୱର୍ଯ୍ୟା ରାୟଙ୍କ ଭଳି ଚେହେର । ତାଙ୍କ ପରି ଠାଣି ସବୁ କିଛି ତାଙ୍କ ପରି, ଫଟୋ ପୋଜ ବି ଦେଉଛନ୍ତି ଐଶ୍ୱର୍ଯ୍ୟାଙ୍କ ପରି । ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପାକିସ୍ତାନର ଜଣେ ଯୁବତୀ ଆମନା ଇମ୍ରାନଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆମନାଙ୍କ ଇନ୍ଷ୍ଟାଗ୍ରାମରେ ଏମିତି ଅନେକ ଫଟୋ ରହିଛି ଯେଉଁଥିରେ ସେ ଐଶ୍ୱର୍ଯ୍ୟାଙ୍କ ପରି ଲାଗୁଛନ୍ତି । ଆମନା ଏବେ ଆମେରିକାରେ ରହୁଥିବା ବେଳେ ସେ ଜଣେ ବ୍ୟୁଟିବ୍ଲଗର ଅଟନ୍ତି । ସବୁଠାରୁ ଖାସ କଥା ହେଉଛି ଆମନାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଦେଖିଲେ ଲାଗୁଛି ସେ ଐଶ୍ୱର୍ଯ୍ୟାଙ୍କୁ କପି କରୁଛନ୍ତି । ଅନେକ ତାଙ୍କ ଫଟୋ ଦେଖି ଧୋକା ଖାଇ ଯାଉଛନ୍ତି । ସେହିପରି ଅନେକ ୟୁଜର ଆମନାଙ୍କୁ ଐଶ୍ୱର୍ଯ୍ୟା ବୋଲି ଧରିନେଇଥିବା କମେଣ୍ଟରେ ଲେଖିଛନ୍ତି । ସୋସିଆଲ ମିଡିଆରେ ୪୦୦୦ ୟୁଜର ଆମନାଙ୍କୁ ଫଲୋ କରୁଛନ୍ତି ।

ଆମନା ମଧ୍ୟ ନିଜେ ମାନିଛନ୍ତି ଯେ, ସେ ଐଶ୍ୱର୍ଯ୍ୟାଙ୍କ ପରି ଦେଖିବାକୁ । ଆଉ ଏହି କାରଣରୁ ସେ ତାଙ୍କ ବାୟୋରେ ଲେଖିଛନ୍ତି ଐଶ୍ୱର୍ଯ୍ୟାଙ୍କ କାର୍ବନ କପି । ସେ ତାଙ୍କ ବାୟୋରେ ଶାନ୍ତି, ପ୍ରେମ, ଏକତା, ସହନଶୀଳତା ଓ ନମ୍ରତା ଉପରେ ବିଶ୍ୱାସ ରଖୁଥିବା ତାଙ୍କ ବୟୋରେ ଉଲ୍ଲେଖ ରହିଛି । ସେହିଭଳି ଅନେକ ୟୁଜର ସେ ପ୍ଲାଷ୍ଟିକ ସରର୍ଜରି କରି ଐଶ୍ୱର୍ଯ୍ୟାଙ୍କ ପରି ହେବାକୁ ଚେଷ୍ଟା କରିଥିବା କମେଣ୍ଟ ଦେଇଛନ୍ତି । ଏପଟେ ପ୍ରଶଂସା ହେଉ କି ସମାଲୋଚନା ତାଙ୍କ ଫଟୋକୁ ନେଇ ଏତେ ଚର୍ଚ୍ଚାପରେ ଇଣ୍ଟରନେଟ ବ୍ୟବହାର କାରିଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ତାଙ୍କୁ ମିଳିଥିବା ସ୍ନେହ, ପ୍ରେମ ଭଲପାଇବା ପାଇଁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆମନାଙ୍କ ପରି ଆଉଜଣେ ଅଭିନେତ୍ରୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିଲେ । ସ୍ନେହା ଉଲାଲ ନାମକ ଏହି ଅଭିନେତ୍ରୀ ୨୦୦୫ରେ ଲକି ନୋ ଟାଇମ୍ ଫର ଲଭ ରେ ବଲିଉଡରେ ଡେବ୍ୟୁ କରିଥିଲେ । ତା ଛଡା ଟିକଟକ ଷ୍ଟାର ମାନସି ଏବଂ ଆସିତା ମଧ୍ୟ ଐଶ୍ୱର୍ଯ୍ୟାଙ୍କ ପରି ଅବିକଳ ଦେଖିବାକୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି