Masthead

ଆରଡ଼ିରେ ନାହିଁ ଗାରେଡି, ଜାଗରରେ ଜାଣନ୍ତୁ ବାବା ମଣିଙ୍କ ମହିମା

ଆରଡ଼ି (ସ୍ୱାଧୀନ ଦାଶ) : ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବ କ୍ଷେତ୍ର ବାବା ଆଖଣ୍ଡମଣିଙ୍କ ମନ୍ଦିର । ଭଦ୍ରକ ଜିଲ୍ଲା ଆରଡ଼ିରେ ପୂଜା ପାନ୍ତି ବାବା ମଣି । ଏହି ମନ୍ଦିରକୁ କନିକାର ରାଜା ହରିହର ଭଞ୍ଜଦେଓ ନିର୍ମାଣ କରିଥିବା ପୁରାଣରେ ବର୍ଣ୍ଣିତ ରହିଛି । ପୂର୍ବେ ଦେବରାଜ ଇନ୍ଦ୍ର ଗୌତମଙ୍କ ସ୍ତ୍ରୀଙ୍କର ସତୀତ୍ୱ ହରଣ କରିଥିବାରୁ ଅଭିଶପ୍ତ ହୋଇ ଏଠାରେ ଥିବା ବୈତରଣୀ ଓ ସାଳନ୍ଦି ନଦୀର ସଙ୍ଗମସ୍ଥଳରେ ମଣିଙ୍କ ନାମରେ ମହାଦେବଙ୍କୁ ପୂଜା କରିଥିଲେ । ଇନ୍ଦ୍ରଙ୍କ ନାମ ଅନୁଯାୟୀ ବାବା ଆଖଣ୍ଡଳମଣୀଙ୍କ ନାମରେ ପୂଜା ପାଉଛନ୍ତି କଳି ଯୁଗରୁ ।

ଜମିଦାର ନିଳାନ୍ଦିରି ସମର ସିଂହ ଏଠାରେ ହଳ କରୁ କରୁ, ହଳ ଲଙ୍ଗଳରେ ଫାଳ ମଣିଙ୍କ ମଥାରେ ବାଜିଥିଲା ଏବଂ ଆରଡ଼ି ଶବ୍ଦ ହୋଇଥିଲା । ସେବେଠାରୁ ଏହି ପୀଠର ନାମ ଆରୋଡି ରହିଛି । ମଣିବାବାଙ୍କୁ ପ୍ରଥମେ ବରଡାଛତା ଓ ପରେ କାଠର ମନ୍ଦିର ତୋଳାଇ ଜମଦାର ନିଳାନ୍ଦିରି ସମର ସିଂହ ପୂଜା କରି ଆସୁଥିଲେ । ପରେ କନିକାର ରାଜା ହରିହର ଭଞ୍ଜଦେଓ ଏକ ରୋଗରେ ପୀଡିତ ଏଥିଳେ । ରାଣୀମା’ ଜେମାଦେି ମଣି ବାବାଙ୍କ ପାଖକୁ ଆସି ପୂଜୀର୍ଚ୍ଚନା କରିବା ସହ ବାବାଙ୍କର ଚରଣ ପାଦୁକ ରାଜାଙ୍କୁ ଦେବା ପରେ ରାଜା ହରିହର ଆରୋଗ୍ୟ ହୋଇଥିବାରୁ ରାଜା ମଣି ବାବାଙ୍କର ମନ୍ଦିର ତୋଳିଥିଲେ ।

 

ସେବେଠାରୁ ମଣିବାବା ଏହି ବୈତରଣୀ ଓ ସାଳନ୍ଦି ନଦୀକୂଳରେ ପୂଜା ପାଇ ଆସୁଛନ୍ତି । ମଣି ବାବାଙ୍କ ଦୈନନ୍ଦିନର ନୀତିକାନ୍ତି ସେବାୟତଙ୍କ ମଧ୍ୟରେ ବନ୍ଦିତ ହୋଇଛି । ପ୍ରତିଦିନ ଭୋର ୪.୩୦ ମିନିଟରେ ଦ୍ୱାର ଫିଟିବା ପରେ ମଙ୍ଗଳ ଆଳତି, ଘର୍ଷଣ ଲାଗି, ଜଳାଭିଷେକ କରାଯାଇଥାଏ । ମଣିବାବାଙ୍କୁ ସକାଳ ଠାରୁ ମଧ୍ୟାହ୍ନ ୧ଟା ଯାଏଁ ମଣିବାବା ଦିଗମ୍ବର ବେଶରେ ଭକ୍ତଜନଙ୍କୁ ଦର୍ଶନ ଦେଇଥାନ୍ତି । ପରେ ଯୋଗୀବେଶ ଓ ଅପରାହ୍ନରେ ମଣିବାବାଙ୍କୁ ବଡ଼ସିଂହାର ବେଶରେ ସଜ୍ଜତ କରାଯାଇଥାଏ । ଏପରି ୩ଟି ବେଶରେ ମଣିବାବା ପ୍ରତିଦିନ ସଜ୍ଜିତ ହୋଇଥାନ୍ତି । ବାବାଙ୍କ ପାଖରେ ବାଲ୍ୟ ଭୋଗ ସହ ୫ଧୂପରେ ଅନ୍ନଭୋଗ ଲାଗିଥାଏ । ଏହା ବ୍ୟତିତ ପଞ୍ଚାନନ ବେଶ, ହରଗୌରୀ ବେଶ, ରାଜରାଜେଶ୍ୱର ବେଶ ସହ ଜାଗରଯାତ୍ରାରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ମଣିବାବା । ଣିବାବାଙ୍କ ସମସ୍ତ ପର୍ବପର୍ବାଣୀ ଠାରୁ ଜାଗରଯାତ୍ରା ବା ମହାଶିବରାତ୍ରି ଅନ୍ୟତମ । ଏହି ଦିନ ମଣିବାବାଙ୍କ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇଥାଏ । ତାହାସହ ସନ୍ଧ୍ୟାଠାରୁ ରାତ୍ର ୧୨ଟା ଯାଏଁ ମହାସ୍ନାନ ପୀଠର ଅନ୍ୟତମ । ପରେ ସୁନାବେଶ ଓ ଭୋର ୪.୩୦ରେ ମହାଦୀପ ବିଧିବିଧାନ ଅନୁଯାୟୀ ମନ୍ଦିର ଚୂଡାକୁ ଉଠିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ