Masthead

ଆଜି ପବିତ୍ର ମହା ଶିବରାତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ମହା ଶିବରାତ୍ରୀ। ସବୁଆଡ଼େ ଚଳଚଞ୍ଚଳ ଶୈବପୀଠ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଶିବ ମନ୍ଦିରରେ ଜାଗର ପାଳନ ପାଇଁ ରାଜ୍ୟ ସରକାର ଏସ.ଓ.ପି ଜାରି କରିଛନ୍ତି। ଚଳିତବର୍ଷ ଶ୍ରୀଲିଙ୍ଗରାଜ ମନ୍ଦିରରେ ସୁରୁଖୁରୁରେ ଜାଗର ଯାତ୍ରା ହେବା ସହ ନିର୍ଦ୍ଧାରିତ ହୋଇଥିବା ସମୟରେ ମହାଦୀପ ଉଠିବ ବୋଲି କହିଛନ୍ତି ଜିଲ୍ଲାପାଳ ।

କୋଭିଡ କଟକଣାକୁ ଆଖିରେ ରଖି ମନ୍ଦିର ଭିତରେ ଦୀପ ଜାଳିବେ ଭକ୍ତ । ସେହିପରି ରାଜ୍ୟର ଅନ୍ୟ ପ୍ରମୁଖ ଶୈବ ପୀଠଗୁଡ଼ିକରେ ମଧ୍ୟ କୋଭିଡ କଟକଣା ମଧ୍ୟରେ ଜାଗର ପାଳନ କରାଯିବ । ଶ୍ରୀଲୋକନାଥଙ୍କ ମହାଦୀପ ଭୋର ୪ଟାରେ ଉଠିବା ସହିତ ଭିତରକାଠ ନିକଟରେ ଦର୍ଶନର ବ୍ୟବସ୍ଥା କରାଯାଇଛି। କପିଳାସ ପୀଠରେ ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟ ବାହାର ଭକ୍ତଙ୍କୁ ପ୍ରବେଶ ବାରଣ କରାଯାଇଛି । ସେହିପରି ପ୍ରମୁଖ ମନ୍ଦିରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଯାଇଛି।

Odisha artist creates stunning sculpture of Lord Shiva on Mahashivratri eve  on Puri beach - Trending News Newsସେପଟେ ବାଲୁକା ଚିତ୍ରକଳାରେ ମହାଶିବରାତ୍ରୀରେ ୧୧୫ ଫୁଟ ଲମ୍ବର ମହାଦେବଙ୍କ ବିଶାଳ ବାଲୁକା ଚିତ୍ରକଳା କରି ଶୁଭେଚ୍ଛା ଜଣାଇଛନ୍ତି ମାନସ ସାହୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ