Masthead

ଲୁଲୁଙ୍କ ଝିଅ ଉପାସନାଙ୍କ ନାଁ ରେ ଏତଲା

ଭୁବନେଶ୍ୱର(ବଡ ଖବର ବ୍ୟୁରୋ): ଭଡାଟିଆଙ୍କୁ ଆକ୍ରମଣ । ଏଭଳି ଘଟଣା ଘଟିଛି ନୟାପଲ୍ଲୀରେ । ଘରେ ପଶି ଭଡାଟିଆଙ୍କୁ ମରଣାନ୍ତକ ଆକ୍ରମଣର ଅଭିଯୋଗ । ୪ ରୁ ୫ ଜଣ ଏକ ଜିପରେ ଆସି ଆଇଆରସି ଭିଲେଜରେ ଭଡାରେ ରହୁଥିବା ପ୍ରଣବ ରାୟଙ୍କୁ ଆକ୍ରମଣ କରିବା ସହିତ ଲୁହା ରଡ ଓ କାଠ ଫାଳିଆରେ ପିଟି ଘରର ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି । ଅଧଘଣ୍ଟାରୁ ଅଧିକ ସମୟ ଧରି ସେମାନେ ଏପରି କାଣ୍ଡ ଘଟାଇଥିଲେ । ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୪ ଜଣଙ୍କୁ ଉଠାଇ ଆଣିଛି । ଅନ୍ୟମାନେ ଫେରାର ହୋଇଯାଇଥିଲେ । ସେମାନଙ୍କ ଜିପ ଏବେ ପୋଲିସ କବଳରେ । ଘଟଣା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆହତ ପ୍ରଣବଙ୍କ ଝିଅ ତାନ୍ୟା ରାୟ ।

ବ୍ରହ୍ମଗିରିର ପୂର୍ବତନ ବିଧାୟକ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ଓ ତାଙ୍କ ସ୍ୱାମୀ ଶୁଭ୍ରାଂଶୁ ବିଶ୍ୱାଳ ନିଜେ ଉପସ୍ଥିତ ରହି ଏହି ଯୁବକମାନଙ୍କୁ ଭଙ୍ଗାରୁଜା କରିବାକୁ ନିର୍ଦ୍ଦେଶ ଦେଉଥିଲେ ବୋଲି ଏତଲାରେ କୁହାଯାଇଛି। ତେବେ ନୟାପଲ୍ଲୀରେ ଥିବା ଏହି ଘରକୁ ଲୁଲୁ ମହାପାତ୍ରଙ୍କ ଜ୍ୱାଇଁ ଶୁଭ୍ରାଂଶୁ ବିଶ୍ୱାଳ କିଣିଥିଲେ । ଘରର ଗ୍ରାଉଣ୍ଡ ଫ୍ଲୋରରେ ପ୍ରଣବ ରାୟ ଭଡାରେ ରହୁଥିବାବେଳେ କନଷ୍ଟ୍ରକସନ କମ୍ପାନିର ଅଫିସ କରି ଏହାର ଇଣ୍ଟେରିୟର ଡିଜାଇନ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ। ହେଲେ ତାଙ୍କୁ ଘର ଛାଡିବାକୁ କୁହାଯାଇଥିବାବେଳେ ସେ, କୋର୍ଟଙ୍କ ସ୍ଥିତାବସ୍ଥା ଥିବା ଦର୍ଶାଇ ଛାଡିନଥିଲେ । ଏହାପରେ ଜୋରଜବଦସ୍ତ ଘର ଖାଲି କରିବାକୁ କହିଲେ । ଘର ଖାଲି ନକରିବାରୁ ତାଙ୍କ ଉପରେ ଦାଦାଗିରି କରି ତାଙ୍କ ଉପରେ ଆକ୍ରମଣ କରିବାର ଅଭିଯୋଗ ରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ