Masthead

ଜଙ୍ଗଲ ପୋଡି ପାଉଁଶ, ଶୋଇଛି ବନ ବିଭାଗ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଡାବୁ ଗାଁ ରେଞ୍ଜ ନୂଆକୋର୍ଟ ସଂଗ୍ରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ୨୦ରୁ ୨୫ ଦିନ ହେବ ଜଳୁଛି ଜଙ୍ଗଲ । ଦିନ କୁ ଦିନ ଜଙ୍ଗଲ ଅବକ୍ଷୟ ହେଉଥିବାରୁ ବନ୍ୟ ଜୀବଜନ୍ତୁ ଗାଁ ମୁହା ହେଲେଣି । ଅନେକ ଦିନ ଧରି ଜଙ୍ଗଲରେ ନିଆଁ ଲାଗି ଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଉନାହିଁ। ଫଳରେ ଶହଶହ ଏକର ଜଙ୍ଗଲ ଏବେ ଜଳି ପୋଡି ପାଉଁଶ ହୋଇଗଲାଣି ।

ଜଙ୍ଗଲରେ ନିଆଁ ଲାଗି ଥିବା ବେଳେ ବନ ବିଭାଗର କର୍ମଚାରୀମାନଙ୍କ ପାଖରେ କୌଣସି ଖବର ନାହିଁ। ନିଆଁର ଆଁରୁ ମୁକୁଳିବା ପାଇଁ ଏବେ ଜୀବଜନ୍ତୁ ଗାଁ ମୁହାଁ ହୋଇଛନ୍ତି । ଭାଲୁ ଅନେକ ସମୟରେ ଗାଁ ଭିତରକୁ ଚାଲିଆସିଛନ୍ତି । ତା ସହ ମନ୍ଦିର ଓ ସ୍କୁଲ ମାନଙ୍କରେ ପଶୁଥିବା ଦେଖିବାକୁ ମିଲିଛି। ଫଳରେ ଲୋକେ ଭୟଭିତ ଅଛନ୍ତି । ଏହା ପୂର୍ବରୁ ଏକ ଭାଲୁ ଖାଦ୍ୟ ଅନ୍ୱଷେଣରେ ଆସି ଏକ ପରିତ୍ୟକ୍ତ କୂଅରେ ପଡିଯାଇଥିଲା । ଏନେଇ ଡାବୁଗାଁ ରେଞ୍ଜର ଏବଂ ଫରେଷ୍ଟରକୁ ପଚାରିବାରୁ କିଛି ପଦକ୍ଷପ ନେବାକୁ ସେ ସିଧା ସିଧା ମନାକରିଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼