ବୃଦ୍ଧ ବାପାଙ୍କୁ ପର କରିଦେଲେ ଦୁଇ ପୁଅ

ନୀଳଗିରି (ବଡ଼ ଖବର ବ୍ୟୁରୋ): ବାପା , ମା’ ସାକ୍ଷାତ ଭଗବାନ । କିନ୍ତୁ ଏବେ ପାଲଟିଛନ୍ତି ଅଲୋଡ଼ା । ଯେଉଁ ବାପା ମା’ ଦିନେ ପିଲାଙ୍କ ପାଇଁ ନିଜର ନିଦ ହଜାଇ, ନିଜେ ନଖାଇ ପିଲାଙ୍କୁ ମଣିଷ କରିଥିଲେ ଆଜି ପରିଣତ ବୟସରେ ସେହି ପିଲାଙ୍କ ପାଇଁ ହୋଇଛନ୍ତି ଅଲୋଡ଼ା । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ନୀଳଗିରି କାହାଳିଆ ଗାଁରେ । ପରିଣତ ବୟସରେ ନଖାଇବାକୁ ଦେଇ ଭିକ୍ଷା ମାଗିବାକୁ ଛାଡ଼ି ଦେଇଛନ୍ତି ଦୁଇ ପୁଅ ।

ମଇନା ଦାସଙ୍କ, ବୟସ ୮୦ ବର୍ଷ । ଦୁଇ ପୁଅ ତପନ ଦାସ ଓ ପପୁ ଦାସ । ସଳଖି ହୋଇ ଚାଲିପାରୁନାହାନ୍ତି । ପରିଣତ ବୟସରେ ପୁଅମାନେ ଖାଇବାକୁ ନ ଦେବାରୁ ବାଧ୍ୟ ହୋଇ ଭତକ୍ଷା ବୃତ୍ତି କରିଚଳୁଛନ୍ତି । ଭିକ୍ଷା ବୃତ୍ତି କରିବା ସମୟରେ ଆଜି କିଛି ସ୍ଥାନୀୟ ଯୁବକ ଦୟନୀୟ ଅବସ୍ଥାରେ ତାଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ଥାନାରେ ପହଂଚାଇଥିଲେ । ଦୁଇ ପୁଅ ତାଙ୍କୁ ଖାଇବାକୁ ଗଣ୍ଡେ ଦେଉନାହାନ୍ତି ବୋଲି କୋହଭରା କଣ୍ଠରେ ଅଭିଯୋଗ କରିଛନ୍ତି । କିନ୍ତୁ ତାଙ୍କ ଦୁଇ ପୁଅ, ଆମେ ଖାଇବାକୁ ଦେଇପାରିବୁନି, ଆମ ସଂସାର ଆମକୁ ବଳାଉଛି, ତୁମେ ମାଗି ଯାଚି ଖାଅ ବୋଲି ରୋକଠୋକ କହିଛନ୍ତି ।

ଫଳରେ ୮୦ବର୍ଷ ବୟସ୍କ ମଇନା ଦାସ ବାଧ୍ୟ ହୋଇ କରୁଛନ୍ତି ଭିକ୍ଷାବୃତ୍ତି । ବୟସ ଅନୁମତି ଦେଉନଥିଲେ ବି ପେଟ ପୋଡି ଯାଉଥିବା ବେଳେ, ନିଜ ସ୍ତ୍ରୀ ଓ ନିଜର ପେଟ ର ଜ୍ୱାଳାକୁ ପ୍ରଶମିତ କରିବାକୁ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହୋଇଛନ୍ତି । ତେବେ ଥାନାର ଆଶ୍ରୟ ନେବା ପରେ ନୀଳଗିରି ଥାନା ସବ ଇନିସ୍ପେକ୍ଟର ବାସୁଦେବ ଜୟସିଂ ତତ୍ପରତା ପ୍ରକାଶ କରି ତାଙ୍କ ପୁଅ ମାନଙ୍କୁ ଡାକି ବୃଦ୍ଧ ମଇନା ଦାସ ଙ୍କ ସମସ୍ୟା କୁ ସମାଧାନ କରିବାକୁ ପ୍ରୟାସ ଜାରି ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!