Masthead

ସରକାରୀ ସହାୟତା ଅପେକ୍ଷାରେ ଦୁର୍ଯ୍ୟଧନ

ନୂଆପଡା (ବଡ଼ ଖବର ବ୍ୟୁରୋ): ଦୁଃଖ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖନ୍ଦାପଡା ଗାଁର କେଶବ ମାଝିଙ୍କ ପରିବାର  । ୭ ବର୍ଷର ଭିନ୍ନକ୍ଷମ ପୁଅର ଭବିଷ୍ୟତକୁ ନେଇ ବର୍ତ୍ତମାନ ଚିନ୍ତାରେ ଅଛନ୍ତି ବାପା କେଶବ ମାଝି । ନୂତନ ଆଧାରକାର୍ଡ଼ ପାଇଁ ଆଖିସ୍କାନ ଲାଗିଥାଏ ହେଲେ ପୁଅର ଆଖି ଖରାପ ଥିବା ଯୋଗୁଁ ଆଧାର କାର୍ଡ ହୋଇପାରୁନି । ଭିନ୍ନକ୍ଷମ ପ୍ରମାଣ ପତ୍ରରୁ ବଞ୍ଚିତ ସହ ସରକାରୀ ଯୋଜନାରୁ ମଧ୍ୟ ବଞ୍ଚିତ ପୁଅ ଦୁର୍ଯ୍ୟୋଧନ । ସିନାପାଲି ବିଡିଓ ସହ କଥା ହୋଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ନୂଆପଡା ଉପଜିଲ୍ଲାପାଳ ।

ପରିବାର କହିଲେ ଭିନ୍ନକ୍ଷମ ପୁଅ ଦୁର୍ଯ୍ୟଧନ ଆଉ ସେ । ପୁଅ ଦୁର୍ଯ୍ୟଧନ ଜନ୍ମରୁ ଦେଖିପାରୁନିା କୁଲିମଞ୍ଜୁରୀ କଲେ ପରିବାର ଚଳେ । ଭିନ୍ନକ୍ଷମ ଦୁର୍ଯ୍ୟଧନକୁ ଆଜି ଯାଏଁ କୌଣସି ସରକାରୀ ସହାୟତା ମିଳିନାହିଁ । ଆଖି ଖରାପ ଯୋଗୁଁ ନୂତନ ଆଧାରକାର୍ଡ ହୋଇପାରୁନି । ଭିନ୍ନକ୍ଷମ ପ୍ରମାଣ ପତ୍ର ବି ମିଳୁନି ।

ଫଳରେ ଅନେକ ଭିନ୍ନକ୍ଷମ ଯୋଜନା ଏବଂ ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ରହୁଛନ୍ତି ଦୁର୍ଯ୍ୟୋଧନ । ଏହି ସମସ୍ୟାକୁ ନେଇ ସରକାରୀ ବାବୁଙ୍କୁ ଜଣାଇଲେ ମଧ୍ୟ କୌଣସି ଫଳ ମିଳିପାରୁ ନାହିଁ ବୋଲ କହଛନ୍ତି କେଶବ ମାଝି । ଖେଳ କୁଦକରି ପାଠ ପଡ଼ିବା ବୟସରେ ଏବେ ଦୁର୍ଯ୍ୟଧନ ଘରେ ରହୁଛି । ଏବେ ପୁଅକୁ ସରକାରୀ ସହାୟତା ମିଳୁ ବୋଲି ଦାବି କରିଛନ୍ତି ବାପା । ସମାଜ କଲ୍ୟାଣ ବିଭାଗର ବିଭିନ୍ନ ଯୋଜନାରୁ ବଞ୍ଚିତ ଥିବା ଭିନ୍ନକ୍ଷମ ଦୁର୍ଯ୍ୟଧନକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ସିନାପାଲି ବିଡ଼ିଓ ସହ କଥା ହୋଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ନୂଆପଡା ଉପଜିଲ୍ଲାପାଳ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ