Masthead

ଶ୍ରୀମନ୍ଦିରରେ ପୁଣି ଫେରିପାରେ କଟକଣା

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିରରେ ପୁଣି ଫେରିବ ରବିବାରିଆ ଦର୍ଶନ କଟକଣା । ସପ୍ତାହକୁ ଦିନେ ବନ୍ଦ ରହିପାରେ ଜଗା ଦର୍ଶନ । କରୋନା ସଂକ୍ରମଣକୁ ଦେଖି ଛତିଶା ନିଯୋଗ ବୈଠକରେ ଆସିଲା ପ୍ରସ୍ତାବ । ୨ଦିନ ମଧ୍ୟରେ ହୋଇପାରେ ଚୁଡାନ୍ତ ନିଷ୍ପତ୍ତି । ଆଗାମୀ ସପ୍ତାହରୁ ଏହି କଟକଣା ଲାଗିପାରେ । ତେବେ କରୋନା ସକ୍ରଂମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବିଶୋଧନ ପାଇଁ ନିଷ୍ପତି ନିଆଯାଇଛି । ଏହି ଦିନ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ନିଷ୍ପତି ନେଇଛି ।

ଅନ୍ୟପଟେ ଦୋଳପୂର୍ଣମା ନୀତିକାନ୍ତି ବୈଠକରେ ମଧ୍ୟ ମୋହର ବାଜିଛି । ଦ୍ୱାର ଫିଟାରେ ବିଳମ୍ବ ଯୋଗୁଁ ନୀତି ବିଳମ୍ବ ହେଉଥିବାରୁ ଏଥର ଶିଘ୍ର ଦ୍ୱାରାଫିଟା ପାଇଁ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ସମେତ ବିଭିନ୍ନ ନିଯୋଗର ସଭାପତି ସଂପାଦକ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ