Masthead

‘ସାତକୋଶିଆରେ ଆଉ ବ୍ୟାଘ୍ର ପ୍ରକଳ୍ପ ଚିନ୍ତା ନକରନ୍ତୁ ସରକାର’

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଫେରିଗଲା ସୁନ୍ଦରୀ । ବାଘୁଣୀ ସୁନ୍ଦରୀ ମଧ୍ୟପ୍ରଦେଶ ଫେରିବା ଖୁସିରେ ଖୁସି ମନାଇଛନ୍ତି ଶାତକୋଶିଆ ପ୍ରଜା । ସାତକୋଶିଆର ବିଭିନ୍ନ ଗାଁରେ ଉତ୍ସବ ମନାଇଛନ୍ତି ଲୋକେ । ସରକାର ବାଘବଂଶ ବିସ୍ତାର କଥା ଚିନ୍ତା ନକରିବା ଭଲ ବୋଲି କହିଛନ୍ତି ଏଠାକାର ଅଧିବାସୀ । ଗିନି, ମୃଦଙ୍ଗ ଶବ୍ଦରେ କମ୍ପୁଛି ପୂରା ପରିବେଶ । ଭଜନ କୀର୍ତ୍ତନ ସାଙ୍ଗକୁ ଚାଲିଛି ଦୀପ ଦାନ । ବାଘୁଣୀ ସୁନ୍ଦରୀ ଯିବା ଖୁସିରେ ବିଜୟ ଦିବସ ପାଳୁଛନ୍ତି ସାତକୋଶିଆ ପ୍ରଜା । ଅଭୟାଅରଣ୍ୟ ଭିତରେ ଥିବା ଜଗନ୍ନାଥପୁର ଗାଁର ଲୋକେ ଆଜି ଏକତ୍ରିତ ହୋଇ ପାଳିଛନ୍ତି ଖୁସିର ବିଜୟ ଦିବସ ।

ବାଣ ଫୁଟାଇ ଦୀପ ଲଗାଇବା ସହ ମା’ ମଙ୍ଗଳାଙ୍କ ନିକଟରେ କରିଛନ୍ତି ପୁଜାର୍ଚ୍ଚନା । ଖାଲି ଜଗନ୍ନାଥପୁର ନୁହେଁ, ସୁନ୍ଦରୀ ଯିବା ଖୁସିରେ ସାତକୋଶିଆରେ ଥିବା ଅନେକ ଗାଁରେ ଲାଗିରହିଛି ଖୁସିର ମାହୋଲ । ଶୁକ୍ରବାର ଦିନ ତମାମ ଭୋଜିଭାତରେ ମସଗୁଲ ଥିଲେ ସାତକୋଶିଆ ପ୍ରଜା । ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ଯୋଜନା କରିଥିଲେ ରାଜ୍ୟ ସରକାର । ଜଙ୍ଗଲ ସୁରକ୍ଷା ସହ ପର୍ଯ୍ୟଟକଙ୍କୁ ଅକୃଷ୍ଟ କରିବା ପାଇଁ ସରକାର ଏହି ଯୋଜନା ହାତକୁ ନେଇଥିଲେ । ଏଥିପାଇଁ ମଧ୍ୟପ୍ରଦେଶର କାହ୍ନା ଜଙ୍ଗଲରୁ ବାଘୁଣୀ ସୁନ୍ଦରୀକୁ ଆଣି ଏଠାରେ ବାଘବଂଶ ବିସ୍ତାର ପାଇଁ ଲକ୍ଷ୍ୟ ରଖିଥିଲେ ସରକାର । କିନ୍ତୁ ଫେଲ ମାରିଥିଲା ସରକାରଙ୍କ ଏହି ଯୋଜନା । ସୁନ୍ଦରୀ ଆସିବା ପରେ ଆତଙ୍କିତ ହୋଇ ପଡିଥିଲେ ସାତକୋଶିଆ ଆଖପାଖ ଗାଁ ଲୋକେ ।

ସନ୍ଧ୍ୟା ହେଲେ ପଦାକୁ ବାହାରିବା ପାଇଁ ଡରୁଥିଲେ ଗ୍ରାମବାସୀ । ସୁନ୍ଦରୀ ହାବୁଡରେ ପଡି ଦୁଇଜଣଙ୍କ ଜୀବନ ମଧ୍ୟ ଯାଇଛି । ପ୍ରତିଦିନ ଅନେକ ଗାଈଗୋରୁଙ୍କ ଜୀବନ ମଧ୍ୟ ଯାଇଥିଲା ସୁନ୍ଦରୀ ପାଇଁ । ଯାହାକୁ ନେଇ ତାତିଥିଲେ ସାତକୋଶିଆ ପ୍ରଜା । ଜୋର ଧରିଥିଲା ବାଘୁଣୀ ହଟାଅ ସାତକୋଶିଆ ବଞ୍ଚାଅ ନାରା । ସୁନ୍ଦରୀ ଯିବା ପରେ ନିଜର ଖୁସି ଜାହିର କରିଛନ୍ତି ସାତକୋଶିଆ ପ୍ରଜା । ଫେଲ ମାରିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ । ସରକାରଙ୍କ ତରବରିଆ ନିଷ୍ପତ୍ତି ପାଇଁ ଏହି ପ୍ରକଳ୍ପ ଫେଲ ମାରିଛି ବୋଲି ଅଭିଯୋଗ କରିଛନ୍ତି ସାତକୋଶିଆବାସୀ । ପ୍ରକଳ୍ପ ଆରମ୍ଭ ପୁର୍ବରୁ ଏଠାକାର ଲୋକଙ୍କ ସହ ପ୍ରଶାସନ ଆଲୋଚନା କରିବା କଥା । ତେବେ ସାତକୋଶିଆରେ ଆଉ ବ୍ୟାଘ୍ର ପ୍ରକଳ୍ପ କଥା ଚିନ୍ତା ନକରନ୍ତୁ ବୋଲି କହିଛନ୍ତି ଶାତକୋଶିଆବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ