ବଡ଼ବିଲ:ହାଇଭା ଟ୍ରକ ଚୋରୀ ଘଟଣା : ୩ଗିରଫ, ଇଞ୍ଜିନ ସହ ୨ଫେରାର

ବଡ଼ବିଲ: ହାଇଭା ଟ୍ରକ ଚୋରୀର ୧୪ ଦିନ ପରେ ଟାଟାନଗରରୁ ଖଣ୍ଡଖଣ୍ଡ ହୋଇ ମଳିଲା ବିଭିନ୍ନ ପାର୍ଟସ୍ । ୩ ଅଭିଯୁକ୍ତ ଝାଡ଼ଖଣ୍ଡରୁ ଗିରଫ୍ । ଅନ୍ୟ ୨ ଅଭିଯୁକ୍ତ ଇଂଜିନ୍ ନେଇ ଫେରାର୍ ଥିବା ପୋଲିସ ର ସୂଚନା ।

ଏକ ହାଇଭା ଟ୍ରକ ଚୋରୀ ଘଟଣାର ପର୍ଦ୍ଦାଫାଶ କରିଛି ବଡବିଲ ପୋଲିସ । ଏହି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଝାଡଖଣ୍ଡରୁ ଗିରଫ କରି ରବିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି । ଗିରଫ ୩ ଅଭିଯୁକ୍ତ ହେଲେ ଝାଡଖଣ୍ଡ ରାଜ୍ୟ ମଂଝାରୀ ଥାନା ଅନ୍ତର୍ଗତ କାଇକଳା ଖେଡିଆ ନଗର ଅଂଚଳର ଦେଶୁଆ ଓରଫ ସାଗର ଓରଫ ପୋଲିସ୍ ଗୋପ୍‌, ହାଟଗମ୍ଭାରିଆ ଥାନା ଜୟପୁର ଗ୍ରାମର ପଙ୍କଜ ଓରଫ୍ ପମି ଗାଗରାଇ ଏବଂ ଏମଜିଏମ ଥାନା ବାଲିଗୁମା ଗ୍ରାମର ରଂଜନ ପଣ୍ଡିତ୍ ।
ସୂଚନା ଅନୁଯାୟୀ, ଗତ ୩୦ ତାରିଖ ବିଳମ୍ବିତ ରାତିରେ ପିଏଚଡି ଇଣ୍ଡୋର ଷ୍ଟାଡିୟମ ନିକଟରେ ଛିଡା ହୋଇଥିବା ବିଜୟ କୁମାର ଧଳଙ୍କ ଓଆର ୦୫ ଏସି ୫୬୯୩ ନମ୍ବର ହାଇଭା ଟ୍ରକ ଚୋରୀ ହୋଇଥିବା ନେଇ ବଡବିଲ ଥାନାରେ ଅଭିଯୋଗ ହୋଇଥିଲା । ଏତଲା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ୧୪ ଦିନ ପରେ ପୋଲିସ ହାଇଭାର ସନ୍ଧାନ ପାଇଲା ବେଳକୁ ଅନେକ ବିଳମ୍ବ ହୋଇସାରିଥିଲା । ଗାଡ଼ିକୁ ଖଣ୍ଡଖଣ୍ଡ କରି କାଟିଦେଇଥିଲେ ଅଭିଯୁକ୍ତ । ଝାଡଖଣ୍ଡ ଟାଟାନଗର ସ୍ଥିତ ଡିମ୍‌ନା ଅଂଚଳରେ ଥିବା ଏକ ଗ୍ୟାରେଜରେ ଅଭିଯୁକ୍ତ ରଞ୍ଜନ ପଣ୍ଡିତ ଗ୍ୟାସ କଟର ସାହାଯ୍ୟରେ ଖଣ୍ଡଖଣ୍ଡ କରି କାଟିଦେଇଥିଲେ । ପୋଲିସ ହାଇଭାର ଚେସିସ୍ ସମେତ ବିଭିନ୍ନ ଭଗ୍ନ ଅଂଶକୁ ଜବତ କରି ବଡ଼ବିଲ ଆଣିଥିଲା ବେଳେ ହାଇଭା ଟ୍ରକର ଇଞ୍ଜିନକୁ ନେଇ ଅନ୍ୟ ୨ ଅଭିଯୁକ୍ତ ଫେରାର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ