Masthead

କୋଭିଡ ନିୟମ ନମାନିଲେ ବିମାନ ଯାତ୍ରା ବନ୍ଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଏଣିକି ବିମାନରେ ଯାତ୍ରା କରିବାକୁ ହେଲେ ମାନିବାକୁ ପଡିବ ସମସ୍ତ କୋଭିଡ ନିୟମ । ନହଲେ ଗଣିବାକୁ ପଡିବ ଜୋରିମାନା । କୋଭିଡ-୧୯ ଦିଶା ନିର୍ଦ୍ଦେଶ ଅନୁସାରେ ଯେଉଁମାନେ ସଠିକ ଭାବେ ମାସ୍କପିନ୍ଧିବେ ନାହିଁ କି ସାମିଜିକ ଦୂରତା ନିୟମ ଉଲଘଂନ କରିବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ସହଯୋଗରେ ଅମାନିଆ ଯାତ୍ରୀଙ୍କ ଉପରେ ତଣ୍ଡ କଷିବାକୁ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ।

ଡିଜିସିଏ ମାର୍ଚ୍ଚ ୧୩ରେ ବିମାନବନ୍ଦର ଓ ବିମାନ କମ୍ପାନୀଙ୍କୁ କହିଥିଲେ ଯାତ୍ରୀ ଯାତ୍ରା ସମୟରେ ପ୍ରତି ମୂହୁର୍ତ୍ତରେ ଯେପରି ମାସ୍କ ପିନ୍ଧିବେ ଓ ସାମାଜିତ ଦୂରତା ବଜାୟ ରଖିବେ ତାହା ସୁନିଶ୍ଚିତ କରାଯାଉ । ଆଉ ଯେଉଁମାନେ ନିର୍ଦ୍ଦେଶାବଳୀ ଅନୁସରଣ କରୁନାହାଁନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିସିଏ ମଧ୍ୟ କହିଛନ୍ତି । ମଙ୍ଗଳବାର ଜାରି କରାଯାଇଥିବା ଏକ ସର୍କୁଲାରରେ  କହିଛନ୍ତି ଯେ କିଛି ବିମାନବନ୍ଦରରେ ଦେଖିବାକୁ ମିଳିଛି କୋଭିଡ -୧୯ ପ୍ରୋଟୋକଲ ପାଳନ କରିବାରେ ସେମାନଙ୍କ ପ୍ରଦର୍ଶନ ସନ୍ତୋଷଜନକ ନୁହେଁ ।

ଏଣୁ ସମସ୍ତ ବିମାନବନ୍ଦରର ଅପରେଟରମାନଙ୍କୁ ଅନୁରୋଧ କରାଯାଇଛି ଯେ, ସମସ୍ତେ ନାକ ଏବଂ ପାଟିକୁ ଆଚ୍ଛାଦନ କରୁଥିବା ମାସ୍କ ପିନ୍ଧିବା ନେଇ ସୁନିଶ୍ଚିତ କରନ୍ତୁ । ଏଥିସହ କୋଭିଡ -୧୯ ପ୍ରୋଟୋକଲ ଅନୁଯାୟୀ ସାମାଜିକ ଦୂରତାର ମାନଦଣ୍ଡ ପ୍ରସ୍ତୁତ କରନ୍ତୁ । ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?