Masthead

ଭାରତରେ କରୋନାସ୍ଥିତି ଖରାପରୁ ଅତି ଖରାପ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନା ଗ୍ରାଫ ଏବେ ଉପର ମୁହାଁ । ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮ ଲକ୍ଷ ୧୫ ହଜାର ୩୩କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧୨ କୋଟି ୮୭ ଲକ୍ଷ ୮୮ ହଜାର ୪୩୨କୁ ବୃଦ୍ଧି ପାଇଛି । ଏହାସହ ଏବେ ଯାଏ ସୁସ୍ଥ ହେଲେଣି ୧୦ କୋଟି ୩୯ ଲକ୍ଷ ୧୫ ହଜାର ୮୪୭ ଜଣ ରୋଗୀ । ଅନ୍ୟପଟେ ୨କୋଟି ୨୦ ଲକ୍ଷ ୫୭ ହଜାର ୫୫୨ ଜଣ ଏବେ ବି ଚିିକିତ୍ସାଧୀନ ଥିବାବେଳେ ସେମାନଙ୍କ ମଧ୍ୟରୁ ୯୫ ହଜାର ୮୧୬ ଜଣଙ୍କ ଅବସ୍ଥା ଗୁରୁତ୍ତର ରହିଛି ।

ସେଭଳି ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୬୪ ହଜାର ୧୩୮ରେ ପହଂଚିଛି । ଭାରତରେ କରୋନା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଖରାପରୁ ଅତି ଖରାପ ଆଡକୁ ଗତି କରୁଛି ବୋଲି ନୀତି ଆୟୋଗର ସଦସ୍ୟ ଡାକ୍ତର ଭିକେ ପାଉନ କହିଛନ୍ତି । ଦେଶର କିଛି ଜିଲ୍ଲା ଏପରିକି ସମଗ୍ରଦେଶ ପ୍ରତି ସାଘାଂତିକ ବିପଦ ମାଡି ଆସୁଛି । ଗତ ସପ୍ତାହର କରୋନା ଗ୍ରାଫ ଅନୁଧ୍ୟାନ କରି ଡାକ୍ତର ପାଉନ ଏଭଳି ସୂଚନା ଦେଇଛନ୍ତି । ସଂକ୍ରମଣ ହାର ତୁଳନାରେ ମୃତ୍ୟୁ ହାର ବଢୁଥିବାରୁ ସେ ଉଦବେଗ ପ୍ରକାଶ କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ କହିଛନ୍ତି ମହାରଷ୍ଟ୍ରରେ ଗତ ସପ୍ତାହରେ ହାରାହାରି ପଜିଟିଭ ସଂଖ୍ୟା ୨୩ ପ୍ରତିଶତ ବୃଦ୍ଧି ପାଇଛି । କରୋନା ଦ୍ୱିତୀୟ ଲହରୀ ରୋକିବା ପାଇଁ ପଞ୍ଜାବ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନଥିବାରୁ କେନ୍ଦ୍ର ଉଦବେଗ ପ୍ରକାଶ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ସତର୍କ ରହିବା ଲାଗି ଚିଠି କରାଯାଇଛି । ଜିଲ୍ଲାସ୍ତରୀୟ କମିଟି ଗଠନ କରି କରୋନା ପରିସ୍ଥିତିର ଦୃଢ ମୁକାବିଲା ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ