Masthead

ଭାରତରେ କରୋନାସ୍ଥିତି ଖରାପରୁ ଅତି ଖରାପ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନା ଗ୍ରାଫ ଏବେ ଉପର ମୁହାଁ । ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮ ଲକ୍ଷ ୧୫ ହଜାର ୩୩କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧୨ କୋଟି ୮୭ ଲକ୍ଷ ୮୮ ହଜାର ୪୩୨କୁ ବୃଦ୍ଧି ପାଇଛି । ଏହାସହ ଏବେ ଯାଏ ସୁସ୍ଥ ହେଲେଣି ୧୦ କୋଟି ୩୯ ଲକ୍ଷ ୧୫ ହଜାର ୮୪୭ ଜଣ ରୋଗୀ । ଅନ୍ୟପଟେ ୨କୋଟି ୨୦ ଲକ୍ଷ ୫୭ ହଜାର ୫୫୨ ଜଣ ଏବେ ବି ଚିିକିତ୍ସାଧୀନ ଥିବାବେଳେ ସେମାନଙ୍କ ମଧ୍ୟରୁ ୯୫ ହଜାର ୮୧୬ ଜଣଙ୍କ ଅବସ୍ଥା ଗୁରୁତ୍ତର ରହିଛି ।

ସେଭଳି ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୬୪ ହଜାର ୧୩୮ରେ ପହଂଚିଛି । ଭାରତରେ କରୋନା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଖରାପରୁ ଅତି ଖରାପ ଆଡକୁ ଗତି କରୁଛି ବୋଲି ନୀତି ଆୟୋଗର ସଦସ୍ୟ ଡାକ୍ତର ଭିକେ ପାଉନ କହିଛନ୍ତି । ଦେଶର କିଛି ଜିଲ୍ଲା ଏପରିକି ସମଗ୍ରଦେଶ ପ୍ରତି ସାଘାଂତିକ ବିପଦ ମାଡି ଆସୁଛି । ଗତ ସପ୍ତାହର କରୋନା ଗ୍ରାଫ ଅନୁଧ୍ୟାନ କରି ଡାକ୍ତର ପାଉନ ଏଭଳି ସୂଚନା ଦେଇଛନ୍ତି । ସଂକ୍ରମଣ ହାର ତୁଳନାରେ ମୃତ୍ୟୁ ହାର ବଢୁଥିବାରୁ ସେ ଉଦବେଗ ପ୍ରକାଶ କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ କହିଛନ୍ତି ମହାରଷ୍ଟ୍ରରେ ଗତ ସପ୍ତାହରେ ହାରାହାରି ପଜିଟିଭ ସଂଖ୍ୟା ୨୩ ପ୍ରତିଶତ ବୃଦ୍ଧି ପାଇଛି । କରୋନା ଦ୍ୱିତୀୟ ଲହରୀ ରୋକିବା ପାଇଁ ପଞ୍ଜାବ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନଥିବାରୁ କେନ୍ଦ୍ର ଉଦବେଗ ପ୍ରକାଶ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ସତର୍କ ରହିବା ଲାଗି ଚିଠି କରାଯାଇଛି । ଜିଲ୍ଲାସ୍ତରୀୟ କମିଟି ଗଠନ କରି କରୋନା ପରିସ୍ଥିତିର ଦୃଢ ମୁକାବିଲା ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ