Masthead

ଗିରଫ ହେଲେ ଅଭିନେତା ଏଜାଜ୍ ଖାନ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଗିରଫ ହେଲେ ବଲିଉଡ ଅଭିନେତା ଏଜାଜ୍ ଖାନ । ଦିନକୁ ଦିନ ବଲିଉଡରେ ଜୋର ଧରୁଛି ଡ୍ରଗ୍ସ ମାମଲା । ଏହିଭଳି ଅନେକ କଳାକାର ଡ୍ରଗ୍ସ ମାମଲାରେ ଛନ୍ଦି ହେବାରେ ଲାଗିଛନ୍ତି । ଏବେ ଏହି ମାମଲାରେ ଛନ୍ଦି ହୋଇଛନ୍ତି ଅଭିନେତା ଏଜାଜ୍ ଖାନ। ମଙ୍ଗଳବାର ବିଳମ୍ୱିତ ରାତିରେ ଏଜଜାଙ୍କୁ ଗିରଫ କରିଛି ଏନସିବି । ଏଜାଜ୍ ଖାନ ଡ୍ରଗ୍ସ କିଙ୍ଗ ଫାରୁଖ ବଟାଟା ଏବଂ ତାର ପୁଅ ଶାଦାବ ବଟାଟା ସହ କାମ କରୁଥିଲେ ।

ଏପରିକି ଦୀର୍ଘଦିନ ଧରି ଏମାନଙ୍କ ସହ ଡ୍ରଗ୍ସ ବ୍ୟବସାୟ ବି ଚଳାଉଥିଲେ । ବିଳମ୍ୱିତ ରାତିରେ ଏଜାଜକୁ ଏନ୍‌ସିବି ଦୀର୍ଘ ସମୟ ଧରି ପଚରାଉଚରା ପରେ ଗିରଫ କରିଛି । ଏହା ପୂର୍ବରୁ ଏନ୍‌ସିବି ଡ୍ରଗ ମାଫିଆ ଫାରୁଖ ବଟାଟାକୁ ପାଖାପାଖି ୮ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲା । ଫାରୁଖଙ୍କ ପୁଅ ଶାଦାବକୁ ଗତ ସପ୍ତାହରେ ଏନସିବି ଚଢ଼ାଉ କରି ଗିରଫ କରିଥିଲା । ପାଖାପାଖି ୨ କୋଟି ମୂଲ୍ୟର ଡ୍ରଗ୍ସ ଜବତ କରିଥିଲା ଏନସିବି। ଶାଦାବକୁ ପଚରାଉଚରା ବେଳେ ସେ ବଲିଉଡ ଅଭିନେତାଙ୍କ ଏଜାଜଙ୍କ ସହ ଲିଙ୍କ ଥିବା ଜଣାଇଥିଲା । ଗତକାଲି ଏଜାଜ୍ ରାଜସ୍ଥାନରୁ ମୁମ୍ବାଇ ଫେରିବା ପରେ ଏନ୍‌ସିବି ନୋଟିସ ଦେଇ ନିଜ ହେପାଜତକୁ ନେଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ