Masthead

୩୦ ଲକ୍ଷ ଟଙ୍କାର ମଦ ପିଇଦେଲା ମୂଷା

କୋତବାଲୀ (ବଡ଼ ଖବର ବ୍ୟୁରୋ): ମଦ ପିଇଦେଲା ମୂଷା । ୨୪୦୦ ପେଟି ମଦ ମୂଷା ପେଟରେ ପଡିଲା । ଏଭଳି ଏକ ଖବର ଦେଖିବାକୁ ମିଳିଛି ୟୁପିରୁ । ପେଟି ପେଟି ମଦ ସଫା କରିଦେଲା ମୂଷା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ୟୁପିରୁ ଆସିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିରଖିଛି । କ୍ରାଇମବ୍ରାଞ୍ଚର ରିପୋର୍ଟରେ ଲେଖାଯାଇଛି ଯେ, ଚୋରାମଦ ଥାନାରୁ କୁଆଡେ ଗାଏବ ହୋଇନି ବରଂ ମଦ ମୂଷା ପିଇଦେଇଛି। ମାର୍ଚ୍ଚ ୧୧ରେ ଥାନା ଅଧିନ କୋତବାଲୀ ଅଞ୍ଚଳରେ ରେଡ କରି ପୋଲିସ ବିପୁଳ ମଦ ଜବତ କରିଥିଲା।

ପାଖାପାଖି ୨୪୦୦ ପେଟି ମଦ ଜବତ କରିଥିଲା ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । କିନ୍ତୁ ଆଶ୍ଚର୍ଯ୍ୟର କଥା ଥାନାରେ ଥିବା ଜବତ ମଦ ପରେ ଗାଏବ ହୋଇଥିବା ଜଣାପଡିଥିଲା । ଘଟଣାରେ ପୋଲିସର ହାତ ଥିବା ଅଭିଯୋଗ ହେବା ପରେ ଜିଲ୍ଲା ଅଧିକାରୀ ସମ୍ପୃକ୍ତ ଥାନାର ଇନସପେକ୍ଟର ଏବଂ ତାଙ୍କ ସହଯୋଗୀଙ୍କୁ ନିଲମ୍ବିତ କରିବା ସହ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲେ ।

ପରେ ଏହି ମଦ ଗାଏବ ମାମଲା ଆଲିଗଡ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ସବୁଠାରୁ ଚକିତ କରିଦେଲା ମଦ ମାମଲାରେ କ୍ରାଇମବ୍ରାଞ୍ଚ ରିପୋର୍ଟ । ତଦନ୍ତ କରି କ୍ରାଇମବ୍ରାଞ୍ଚ ଟିମ ଜେନେରାଲ ଡାଏରୀରେ ଯାହା ଲେଖିଛି ତାହା ଶୁଣିଲେ ଆପଣ ବିଶ୍ୱାସ ବି କରି ପାରିବେନି । କ୍ରାଇମବ୍ରାଞ୍ଚ କହିଛି ମଦ ଥାନାରୁ ଗାଏବ ହୋଇନି ବରଂ ମୂଷା ସବୁ ମଦ ପିଇଦେଇଛି । ଜବତ ହୋଇଥିବା ୨୪୦୦ ପେଟି ମଦ ମୂଷା ପେଟକୁ ଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ବିଧାନସଭା ଘେରିବ ବିଜେଡି 🔴 ଆଜିଠାରୁ ସାରା ରାଜ୍ୟରେ ପ୍ରବଳ ବର୍ଷିବ 🔴 ମୌସୁମୀ ଅଧିବେଶନର ପଞ୍ଚମ ଦିନ, ସରଗରମ ରହିବ ଗୃହ 🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆଜି ବିଧାନସଭା ଘେରିବ ବିଜେଡି 🔴 ଆଜିଠାରୁ ସାରା ରାଜ୍ୟରେ ପ୍ରବଳ ବର୍ଷିବ 🔴 ମୌସୁମୀ ଅଧିବେଶନର ପଞ୍ଚମ ଦିନ, ସରଗରମ ରହିବ ଗୃହ 🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’