Masthead

ଏବେ ବି ଜଳୁଛି ଜଙ୍ଗଲ

ମୟୂରଭଞ୍ଜ/ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଶିମିଳିପାଳ ପରେ ଜଳୁଛି ମାଲକାନଗିରି । ଜିଲ୍ଲାର ଅଧା ଅଂଚଳ ଧୂଆଁରେ ଭତ୍ତି । ଦୂର ରାସ୍ତା ଦେଖିବା କଷ୍ଟ ହୋଇପଡିଛି । ଗୋବିନ୍ଦପାଲ୍ଲି ଠାରୁ ବାଲିମେଳା ଦେଇ ମାଲକାନଗିରି ସହର ପଯ୍ୟନ୍ତ ସବୁଠି ଧୂଆଁ । ଧୂଆଁରେ ଅସ୍ତବ୍ୟସ୍ତ ହୋଇପଡିଲେଣି ଗ୍ରାମବାସୀ । ସେପଟେ ଯଥାଶୀଘ୍ର ବିନବିଭାଗ ପକ୍ଷରୁ ପଦକ୍ଷପ ନେବାକୁ ଦାବୀ ଜୋର ଧରିଛି । ଅନ୍ୟପଟେ ପ୍ରଶାସନ ପକ୍ଷରୁ ସଠିକ ଭାବେ ସଚେତନତା କରା ନଯିବାରୁ ଲୋକେ ଜଙ୍ଗଲରେ ନିଆଁ ଲଗାଉଥିବା ନିଜେ ଡିଏଫଓ କହିଛନ୍ତି ।

ଅନ୍ୟପଟେ ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ । ଶିମିଳିପାଳର ଦୁଇଟି ରେଞ୍ଜ ପୋଡାଡିହା ଏବଂ ଡୁକୁରା ରେଞ୍ଜରେ ଏବେ ନିଆଁ ଭୟଙ୍କର ରୂପ ନେଇଛି । ପୋଡାଡିହା ରେଞ୍ଜର ପୋଡାଡିହା, ଅନନ୍ତପୁର, ବାଲିନାଳ ଏବଂ ଡୁକୁରା ରେଞ୍ଜର ମାଣିକପୁର, ବାଲମା ଆଦି ଅଂଚଳରେ ନିଆଁ ଲାଗିଛି । ପୂର୍ବାପେକ୍ଷା ନିଆଁ ଅଧିକ ମାତ୍ରାରେ ଲାଗିଥିବା ବେଳେ ନିଆଁ ବ୍ୟାପିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ରହିଛି ଶିମିଳିପାଳ ପାଦ ଦେଶରେ ବସବାସ କରୁଥିବା ଗ୍ରାମବାସୀ । ନିଆଁ ଗ୍ରାମ ମୁହାଁ ହେଉଥିବା ଗ୍ରାମବାସୀମାନେ କହିଥିବା ବେଳେ ନିଆଁକୁ ଆୟତ କରିବାକୁ ବନବିଭାଗ ଆସୁ ନ ଥିବା ଅଭିଯୋଗ ହୋଇଛି । ଦୁଇ ଦୁଇ ଥର ଶିମିଳିପାଳରେ ନିଆଁ ଲାଗିଥିବାରୁ ଦୁଇ ରେଞ୍ଜରେ ଥିବା ବହୁ ଔଷଧୀୟ ଗୁଳ୍ମଲତା ସହିତ ବନ୍ୟଜନ୍ତୁ ପୋଡି ନଷ୍ଟ ହୋଇଯାଉଥିବା କହିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’