Masthead

ଧରାପଡିଲା କୋଟିପତି ଗଞ୍ଜେଇ ମାଫିଆ

ଉଦଳା(ବଡ଼ ଖବର ବ୍ୟୁରୋ): ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କ ଆଖରେ ଧୂଳିଦେଇ ଚୋରା ଚାଲାଣ କରୁଥିଲେ କପ୍ତିପଦା ଥାନା କୟାଁଖୁଂଟା ଗ୍ରାମର ଶରତ ନାଏକ । ସେ ଦୁଇବର୍ଷ ହେବ ଏହି ଅସାଧୁ କାରବାର କରିଆସୁଥିଲେ । ସ୍ପେସାଲ୍ ସ୍କ୍ବାର୍ଡ ଏ ସମ୍ପର୍କରେ ଖବର ପପାଇ ପୋଲିସ ସହାୟତାରେ ଚଢାଉ କରି ଗିରଫ କରିଛି । ଆଲିଶାନ ବଙ୍ଗଳାରେ ରହୁଥିବା ଶରତ ଗଞ୍ଜେଇ ରଖନ୍ତି ଭଙ୍ଗା ଦଦରା ଘରେ ।

ଉଦଳାରେ ସେ ଏକ ଘର ନେଇ ସେଠାରେ ଗଞ୍ଜେଇ କାରବାର କରୁଥିଲେ । ପୋଲିସ ଓ ସ୍ପେସାଲ ସ୍କ୍ବାର୍ଡ ଗୁରୁବାର ରାତିରେ ଗଞ୍ଜେଇ ଶରତଙ୍କ କୟାଁଖୁଂଟା ଗ୍ରାମରେ ଚଢାଉ କରିଥିଲେ । ସେଠାରୁ ଏକ କ୍ବିର୍ଟାଲ ଗଞ୍ଜେଇ ସହିତ ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ମଧ୍ୟ ଜବତ କରିଛନ୍ତି । ଅନ୍ୟପଟେ ଶରତ ଉଦଳା ଏନଏସିର ୩ ନଂ ୱାର୍ଡରେ ରହୁଥିବା ଘରେ ମଧ୍ୟ ଚଢାଉ କରାଯାଇଥିଲା । ସେଠାରୁ ସାଢେ ତିନି କ୍ବିର୍ଟାଲ ଗଞ୍ଜେଇ ଜବତ କରିଛନ୍ତି ।

ଗଞ୍ଜେଇ ଗୁଡିକୁ ଏକ କିଲୋ ହିସାବରେ ପ୍ୟାକିଂ କରି ବିକ୍ରି କରାଯାଉଥିଲା। ନିଜ ଘରୁ ୪ ବସ୍ତା ଗଞ୍ଜେଇ ଜବତ ହୋଇଥିଲା । ତାହାର ଓଜନ ଏକ କ୍ବିର୍ଟାଲ ରହିଥିବା ବେଳେ ଉଦଳାସ୍ଥିତ ଭଡାଘରୁ ୧୬ଟି ବସ୍ତା ଜବତ ହୋଇଛି । ଯାହାର ଓଜନ ସାଢେ ତିନି କ୍ୱିର୍ଟାଲ । ମୋଟ୍ ୩୫ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଶରତଙ୍କ ଉଭୟ ଗାଡିର ପଶ୍ଚିମବଙ୍ଗ ନମ୍ବର ରହିଥିବାରୁ ସେ ଏହି ଗଞ୍ଜେଇ ପଶ୍ଚିମବଙ୍ଗରେ ଚାଲାଣ କରୁଥିବା ସନ୍ଦେହ କରାଯାଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା