Masthead

ବିଏମସି ପରେ ସିଏମସି ଜାରି କଲା ନୂଆ ଗାଇଡଲାଇନ

ଭୁବନେଶ୍ବର( ବଡ଼ ଖବର ବ୍ୟୁରୋ) : ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଶନିବାର ସକାଳେ ବିଏମସି ପକ୍ଷରୁ ଆସିଥିଲା ନୂଆ ଗାଇଡଲାଇନ । ବିଏମସି ପରେ ବର୍ତ୍ତମାନ ଆସିଛି ସିଏମସିର ନୂଆ ଗାଇଡ଼ଲାଇନ । ଏଣିକି ବିବାହ ଉତ୍ସବରେ ଉପସ୍ଥିତି ପାଇଁ ୧୦୦ ଜଣଙ୍କୁ ମିଳିବ ଅନୁମତି । ସେହିପରି ସୁଦ୍ଧି କାର୍ଯ୍ୟ ପାଇଁ ୫୦ ଜଣଙ୍କୁ ଅନୁମତି ମିଳିବ ।

ବିବାହ ଓ ସୁଦ୍ଧି କାର୍ଯ୍ୟରେ କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରାଯିବ । ବିଭିନ୍ନ ପ୍ରକାର ସମ୍ମିଳନୀ ଓ ସମାବେଶ ଉପରେ କଟକଣା ଲଗାଇଛି କଟକ ମ୍ୟୁନିସିପାଲ କର୍ପୋରେଶନ । ସାରା ଦେଶରେ କରୋନାର ଦ୍ବିତୀୟ ଲହରକୁ ନେଇ ସାରା ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି । ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

ଶନିବାର ରାଜ୍ୟରୁ ୪୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ତେଣୁ କୋଭିଡର ସମସ୍ତ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ