Masthead

ଅନ୍ଧବିଶ୍ୱାସରେ ଆଜି ବି ବଞ୍ଚିଛି ମଣିଷ

ନୟାଗଡ଼ (ବଡ଼ ଖବର ବ୍ୟୁରୋ): ୫-ଜି ଯୁଗରେ ଏବେ ବି ପ୍ରଚଳିତ ଅନ୍ଧବିଶ୍ୱାସ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଶିକ୍ଷିତ ସମାଜର ବ୍ୟକ୍ତିମାନେ ଏବେ ବି ଆପଣେଇ ନେଉଛନ୍ତି ଏହି ପ୍ରଥା । ଏଭଳି ଏକ ଅନ୍ଧ ବିଶ୍ୱାସ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଶରଣକୁଳ ଥାନା ବରସାହିରେ । ଦଣ୍ଡ ପାଇଁ ସବୁଠାରେ ଚାଲିଛି ପୂଜା ଅର୍ଚ୍ଚନା । କିଛି ମାନସିକ ଧାରୀ ବ୍ୟକ୍ତିଙ୍କୁ ନେଇ ବରସାହିରେ ଦଣ୍ଡପୂଜା ଅର୍ଚ୍ଚନା ଚାଲିଥିଲା ।

ଦୁଇଦିନ ତଳେ ସିଙ୍ଗଝରପୁର ଗାଁର ରବି ନାହାକ ଦଣ୍ଡକୁ ଆସିଥିବା ସମୟରେ ଅସୁସ୍ଥ ହୋଇଯାଇଥିଲେ । ସେଠାରୁ ସଂଗେ ସଂଗେ ତାଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ରବିବାର ଦିନ ଶରଣକୁଳ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ । କିନ୍ତୁ ଗ୍ରାମବାସୀ ମୃତ ଦେହକୁ ଗ୍ରାମକୁ ନେଇଯାଇଥିଲେ । ଶବ ଦାହ କରିବା ପରିବର୍ତ୍ତେ ସେଠାରେ ଚାଲିଥିଲା ଅନ୍ଧବିଶ୍ୱାସର କୁପରିଣତି ।

ମୃତ ବ୍ୟକ୍ତିକୁ ବଂଚେଇବାକୁ ଅନ୍ୟ ଦଣ୍ଡୁଆମାନେ ଚଳାଇଥିଲେ ପୂଜା ଅର୍ଚ୍ଚନା । ମୃତବ୍ୟକ୍ତିଙ୍କ ଦେହରେ ପାଣି ଢାଳିଥିଲେ । ବଞ୍ଚାଇବା ପାଇଁ ନାମ ସଂକୀର୍ତ୍ତନ ମଧ୍ୟ୍ୟ କରିଥିଲେ । ଶରଣକୁଳ ପୋଲିସ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ୍ୟ ଗ୍ରାମବାସୀ ମାନେ ବୁଝିନଥିଲେ । ଶେଷରେ ମୃତ ବ୍ୟକ୍ତିଙ୍କୁ ବଂଚାଇବା ପାଇଁ ବିଫଳ ହୋଇଥିଲେ ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା!