Masthead

ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ

ଉଦଳା (ବଡ଼ ଖବର ବ୍ୟୁରୋ): ପ୍ରଥମେ ତହସିଲଦାରଙ୍କୁ ଆକ୍ରମଣ କଲେ । ପରେ ପୋଲିସ୍ ସାମ୍ନାରେ ଥାନାରେ ହତ୍ୟା ଧମକ ବି ଦେଲା ଅଭିଯୁକ୍ତ । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ସୂଚନାନୁଯାୟୀ,କପ୍ତିପଦା ତହସିଲ୍ ଅଧିନ ବାଘିଆଗଡି ବାଲିଘାଟକୁ ଚଢାଉ ନିମନ୍ତେ ଯାଇଥିଲେ କପ୍ତିପଦା ତହସିଲଦାର ଏବଂ ଅତିରିକ୍ତ ତହସିଲଦାର । ସେଠାରୁ ଚଢାଉ କରି ଫେରିବା ସମୟରେ ଧୂମକେତ ଅଞ୍ଚଳରେ ଜେସିବିରେ ମାଟି ଉଠାଣ ହେଉଥିବା ଦେଖିପାରି ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ଘଟଣାସ୍ଥଳକୁ ଯାଇଥିଲେ ।

ହେଲେ ତହସିଲଦାରଙ୍କୁ ଦେଖିବା ପରେ ଘଟଣାସ୍ଥଳରୁ ଖସି ଚାଲିଯାଇଥିଲେ ସମସ୍ତେ । ସେହି ସମୟରେ ସେଠାରେ ଜେସିବିର ମାଲିକ ସମେତ ଦୁଇ ଜଣ ଯୁବକ ପହଞ୍ଚିଥିଲେ । ଏହା ପରେ ବେଆଇନ ଭାବେ ମାଟି ଉଠାଣ କରୁଥିବା ଜେସିବି ଏବଂ ଟ୍ରାକ୍ଟର ଜବତ କରିବାକୁ ଉଦ୍ୟମ କରିଥିଲେ ତହସିଲଦାର । ହେଲେ ଉକ୍ତ ସମୟରେ ଅଚାନକ ଜଣେ ଯୁବକ ଆସି ଅତିରିକ୍ତ ତହସିଲଦାର ପ୍ରିୟରଞ୍ଜନ ଜେନାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଅତିରିକ୍ତ ତହସିଲଦାରଙ୍କ ବେକ ଚିପିବା ସହିତ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ।

ଏହି ଆକ୍ରମଣରେ ଅତିରିକ୍ତ ତହସିଲଦାରଙ୍କ ହାତ, ବେକ ଏବଂ ଛାତିରେ ଗଭୀର ଆଘାତ ଲାଗିଥିବା ବେଳେ ଅତିରିକ୍ତ ତହସିଲଦାରଙ୍କୁ ମୁକୁଳାଇବାକୁ ଉଦ୍ୟମ କରିଥିବା ବେଳେ ତହସିଲଦାରଙ୍କୁ ମଧ୍ୟ ଅଭିଯୁ୍କ୍ତ ଜଣକ ଠେଲାପେଲା କରିଥିଲା । ଏହି ଆକ୍ରମଣରେ ଅତିରିକ୍ତ ତହସିଲଦାରଙ୍କ ଶରୀରରେ ଅନେକ କ୍ଷତ ହୋଇଥିବାବେଳେ ସେ ଆହତ ହୋଇଥିଲେ ।ଖବର ପାଇ କପ୍ତିପଦା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଶ୍ୟାମସୁନ୍ଦର ମଲ୍ଲିକକୁ ଗିରଫ କରି ଥାନାକୁ ଆଣିଥିଲା । ଅନ୍ୟପଟେ ତହସିଲଦାର ଗୋଟିଏ ଟ୍ରାକ୍ଟରକୁ ଜବତ କରି ଥାନାରେ ଜିମା ଦେଇଛନ୍ତି ।

ଗିରଫ ଯୁବକ ଶ୍ୟାମସୁନ୍ଦରକୁ ପୋଲିସ୍ ଆଣି ଥାନାରେ ବସାଇଥିବାବେଳେ ଥାନାରେ ବସି ଅଭିଯୁକ୍ତ ଜଣକ ସିଧାସଳଖ ତହସିଲଦାରଙ୍କ ବେକ କାଟି ହତ୍ୟା କରିବାର ଧମକ ଦେଇଛି । ଅନ୍ୟପଟେ ଘଟଣା ବାବଦରେ କପ୍ତିପଦା ତହସିଲଦାର ସମରଜିତ କର କପ୍ତିପଦା ଥାନାରେ ଦୁଇ ଜଣଙ୍କ ନାମରେ ଏତଲା ଦେଇଥିବା ବେଳେ ଅନ୍ୟ ଜଣେ ଯୁବକ ଫେରାର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ