ଜୀବନ ବଞ୍ଚାଇଲା ଜୀବନ ସାଥୀ

ସୋର (ବଡ଼ ଖବର ବ୍ୟୁରୋ): ଜୀବନ ବଞ୍ଚାଇଲା ଜୀବନ ସାଥୀ । ଟ୍ରେନ ଆଗକୁ ଡେଇଁ ଜୀବନ ହାରିବାକୁ ବସିଥିବା ଯୁବତୀଙ୍କ ଜୀବନ ରକ୍ଷା କରି ଜୀବନସାଥୀ କଲେ ଯୁବକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ। ଘଟଣାଟି ଚଳଚିତ୍ରର କାହାଣୀ ପରି ଲାଗୁଥିଲେ ବି ସତ୍ୟ । ହିନ୍ଦି ଚଳଚିତ୍ର କୁଆଁରାରେ ଯେପରି ଅଭିନେତା ଗୋବିନ୍ଦା ଯୁବତୀକୁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଉଦ୍ଧାର କରି ଯୁବତୀର ମିଛି ମିଛିକା ସ୍ବମୀର ଅଭିନୟ କରିଥିଲେ । ମାତ୍ର ଏଠି ଯୁବକ ଜଣକ ଯୁବତୀକୁ ଟ୍ରେନ ଲାଇନରୁ ଉଦ୍ଧାର କରି ତା’ର ଜୀବନ ବଞ୍ଚାଇ ତାକୁ ଜୀବନସାଥୀ କରିଛନ୍ତି ।

ସୁଚନା ଅନୁସାରେ, ଯୁବତୀ ଜଣଙ୍କ ସୋର ବ୍ଲକ୍ ବାଳଙ୍ଗ ପଞ୍ଚାୟତ ପନଦା ଅଞ୍ଚଳର ନାରାୟଣ ଦାସଙ୍କ ଝିଅ ତପସ୍ବିନୀ । ତାଙ୍କ ବିବାହକୁ ନେଇ ଘରୋଇ କଳି ହୋଇଥିଲା । ଯେଉଁଥିପାଇଁ ଆତ୍ମହତ୍ୟା କରିବା ପାଇଁ ନିଜ ଘରଠାରୁ ୭ କି.ମି ଦୂର ମୁଳିସିଂ ଲେବଲ୍ କ୍ରସିଂ ଗେଟ୍ ନିକଟରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟ କରିବାକୁ ଟ୍ରେନକୁ ଅପେକ୍ଷା କରିଥିଲେ । କିଛି ଲୋକ ଯୁବତୀକୁ ଅଟକାଇବାକୁ ଚେଷ୍ଟା କରୁଥିଲେ । ସେହି ବାଟ ଦେଇ କେଦାରପୁର ଅଞ୍ଚଳର ପୁରସ୍ତମ ସେଠୀଙ୍କ ପୁଅ ଖଗେନ୍ଦ୍ର ଯାଉଥିବା ବେଳେ ଖଗେନ୍ଦ୍ର ଯୁବତୀ ଜଣକୁ ଟ୍ରେନ୍ ଆଗରୁ ଉଦ୍ଧାର କରିଥିଲେ ।

ଖଗେନ୍ଦ୍ର ମୃତ୍ୟୁ ମୁଖରୁ ଉଦ୍ଧାର କରିଥିବାରୁ ଖଗେନ୍ଦ୍ରଙ୍କୁ ବିବାହ କରିବାର ଜିଦ୍ କରିଥିଲେ ଯୁବତୀ। ବିବାହ ନକଲେ ପୁଣି ଆତ୍ମହତ୍ୟ କରିବାକୁ ଜିଦ କରିଥିଲେ । ଯୁବତୀ ଜଣକ ଜାତିଗୋତ୍ର, ଭେଦଭାବକୁ ଭୁଲି ବିବାହ କରିବାକୁ ନିଜ ଜିଦରେ ଅଟଳ ରହିଥିଲେ । ଖଗେନ୍ଦ୍ର ଯୁବତୀ ଜଣକୁ ନିଜ ଘରକୁ ଆଣିବା ପରେ ଉଭୟ ପରିବାର ଭଦ୍ରଲୋକଙ୍କ ଉପସ୍ଥିତିରେ ଖଗେନ୍ଦ୍ର ଓ ତପସ୍ବିନୀର ବିବାହ କରାଇବାକୁ ରାଜି ହୋଇଥିଲେ । ରବିବାର କ୍ଷେମେଶ୍ବର ମନ୍ଦିରରେ ଉଭୟଙ୍କ ବିବାହ ବୈଦିକ ରୀତିନୀତିରେ ଅନୁଷ୍ଠିତ ହୋଇଥିଲା। ଖଗେନ୍ଦ୍ର ତପସ୍ବିନୀର ହାତରେ ଶଙ୍ଖା ଓ ମଥାରେ ସିନ୍ଦୁର ଦେଇ ନିଜର ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!