Masthead

ମେ’ ପ୍ରଥମ ସପ୍ତାହରେ ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ସମଗ୍ର ବିଶ୍ୱକୁ ଅଥୟ କରିପାକାଉଛି । ପୂର୍ବପରି ସବୁକ୍ଷେତ୍ର ଧୀରେ ଧୀରେ ପ୍ରଭାବିତ ହେବାରେ ଲାଗିଛି । ପ୍ରତିଦିନ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ପ୍ରତିଷେଧକ ପାଇଁ ବିଶ୍ୱବାସୀ ଉଦ୍ୟମ ଚଳାଇଥିବା ବେଳେ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଉପୁଜିଥିବା ଉତ୍ତେଜନା ଯୁଦ୍ଧ ଆଡକୁ ଗତି କରୁଛି । ଯଦି ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ କରେ ତେବେ ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ ବୋଲି ସାମରିକ ବିଶେଷଜ୍ଞମାନେ କହିଛନ୍ତି ।

ରୁଷିଆର ପ୍ରତିରକ୍ଷା ବିଶେଷଜ୍ଞ ପାଭେଲ ଫେଲଗେନହର କହିଛନ୍ତି, ରୁଷ-ୟୁକ୍ରେନ୍ ସୀମାରେ ଉତ୍ତଜନା ଚରମସୀମାରେ ପହଞ୍ôଚଛି । ୮ହଜାର ସୈନ୍ୟଙ୍କୁ ରୁଷିଆ ସୀମାରେ ମୁତୟନ କରିଛି । ଏହା ସହ ଲଢୁଆ ଯୁଦ୍ଧ ବିମାନ ମଧ୍ୟ ସେଠାରେ ଠୁଳ କରିଛି । ଆମେରିକା ବୈଦେଶୀକ ମନ୍ତ୍ରୀ ଆଣ୍ଟୋନି ୱିଲକେନ୍ କହିଛନ୍ତି ଯୁଦ୍ଧପାଇଁ ରୁଷିଆ ୟୁକ୍ରେନକୁ ଉସୁକାଉଛି । ଯଦି ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରେ ତେବେ ପରିଣାମ ଭୟଙ୍କର ହେବ । ୟୁକେ-ରୁଷିଆ ସୀମାକୁ ୨ଟି ଯୁଦ୍ଧ ଜାହାଜ ପଠାଇବାକୁ ଆମେରିକା ତୁର୍କୀକୁ ଅନୁମତି ମାଗିଛି । ଦିନେ ଦସ୍ୱବଦିନ ମଧ୍ୟରେ ତୁର୍କୀ ଅନୁମତି ଦେଲେ ଆମେରିକା ଦୁଇଟି ଯୁଦ୍ଧ ଜାହାଜ ପଠାଇବ । ତେଣେ ୟୁକ୍ରେନକୁ ଆମେରିକା ସମେତ ଜର୍ମାନୀ, ତୁର୍କୀ, ଯୁକ୍ତରାଷ୍ଟ୍ର ଖୋଲାଖୋଲି ସମର୍ଥନ ଘୋଷଣା କରିଛନ୍ତି । ୟୁକ୍ରେନ୍ ପ୍ରସଙ୍ଗରେ ସଂଯମତା ଅବଲମ୍ବନ କରିବାକୁ ଆମେରିକାର ମିତ୍ରରାଷ୍ଟ୍ର ଜର୍ମାନୀ, ତୁର୍କୀ, ଯୁକ୍ତରାଷ୍ଟ୍ର ପ୍ରଭୃତି ରୁଷିଆକୁ ପରାମର୍ଶ ଦେଇଛନ୍ତି ।

ତେଣେ ସିରିଆ ଓ ଇସ୍ରାଏଲ୍ ମଧ୍ୟରେ ଦିନକୁ ଦିନ ବିବାଦ ଉଗ୍ର ହେବାରେ ଲାଗିଛି । ସିରିଆର ରାଜଧାନୀ ଦାମାସକସରେ ଇସ୍ରାଏଲ୍ ମିସାଇଲ୍ ମାଡ଼ କରିଛି । ଏଥିରେ ସିରିଆର ବହୁ କ୍ଷତି ହୋଇଛି । ପଡୋଶୀ ଲୋବାନନ ଉପର ଦେଇ ଇସ୍ରାଏଲ ସିରିଆରେ ମିସାଇଲ ମାଡ଼ କରିଛି ।

ଭାରତ ସହ ପାକିସ୍ତାନ ଓ ଚୀନର ଆଭିମୁଖ୍ୟ ବେଳକୁ ବେଳ ବଦଳିବାରେ ଲାଗିଛି । ଚୀନ୍ ତା’ର ମିତ୍ର ରାଷ୍ଟ୍ର ପାକିସ୍ତାନ ସହ ମିଶି ଭାରତ ବିରୋଧରେ ଷଡଯନ୍ତ୍ର ଚଳାଇଥିବାରୁ ମଧ୍ୟପ୍ରାଚ୍ୟରେ ଅଶାନ୍ତି ଦିନକୁ ଦିନ ବଢିବାରେ ଲାଗିଛି । ଯଦି ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ କରେ ତେବେ ମେ’ ପ୍ରଥମ ସପ୍ତାହରେ ତୃତୀୟ ବିଶ୍ୱଯୁଦ୍ଧ ଅବଶ୍ୟମ୍ଭାବୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି