Masthead

ଜାଣନ୍ତୁ ଭାରତର ସବୁଠାରୁ ଦୁର୍ଦ୍ଦାନ୍ତ ଚୋରର କାହାଣୀ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ ): ପ୍ରତ୍ୟେକ ଦିନ ଆପଣ ଖବର କାଗଜ, ଟେଲିଭିଜନ ଓ ବିଭିନ୍ନ ଓ୍ବେବ ମିଡିଆରୁ ଚୋର ତଥା ଚୋରି ସମ୍ବନ୍ଧୀୟ ଖବର ଜାଣୁଥିବେ। ହେଲେ କେବେ ଭାବିଛନ୍ତିକି ଦେଶର ସବୁଠୁ ବଡ଼ ଚୋର କିଭଳି ହୋଇଥିବ।  ତାଙ୍କ କାର୍ଯ୍ୟକଳାପ କିପରି ଥିବ। ଭାରତର ସବୁଠୁ ବଡ଼ ଦୁର୍ଦ୍ଦାନ୍ତ ଚୋର ବୋଲି ଯାହାକୁ ବିବେଚନା କରାଯାଏ ସେ ହେଉଛି ଧନୀରାମ ମିତ୍ତଲ । ଯାହାର କାର୍ଯ୍ୟକଳାପ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଧନୀରାମ ମିତ୍ତଲ ଏମିତି ଚୋର ଜାଲିଆତି କରି ଦୁଇ ମାସ ଧରି ବିଚାରପତିଙ୍କ ଚେୟାରରେ ବି ବସି ରାୟ ଦେଇଥିଲା। ତେବେ ଆସନ୍ତୁ ଜାଣିବା ଏହି ଚୋର ବିଷୟରେ ଅନେକ ଗୁରୁତ୍ଵପୂଣ୍ଣ କଥା।

ଧନୀରାମ ମିତ୍ତଲ ୨୫ ବର୍ଷ ବୟସରେ ଚୋରିକୁ  ପେସା ଭାବରେ ଆପଣେଇଥିଲା। ୧୯୬୪ରେ ସେ ପ୍ରଥମଥର ପାଇଁ ଚୋରି କରି ପୋଲିସ ହାତରେ ଧରାପଡିଥିଲା। ଏବେ ତାକୁ  ୮୧ ବର୍ଷ ।  ଧନୀ ରାମ ମିତ୍ତଲ ପ୍ରଥମ ଏବଂ ଏକମାତ୍ର ଚୋର ଯିଏ ତାଙ୍କ ଚୋରି ଇତିହାସରେ ପ୍ରାୟତଃ ଗିରଫ ହୋଇ ବେଶି ଦିନ ଯାଏଁ ଜେଲରେ ରହି ନଥିଲା। ଶେଷଥର  ତାଙ୍କୁ ୨୦୧୬ ରେ ଚୋରି ଅଭିଯୋଗରେ ଗିରଫ କରାଯାଇଥିଲା। ତେବେ ସେ ପୋଲିସକୁ ଚକମା ଦେଇ ଖସି ଯାଇଥିଲେ। ପୋଲିସ ରେକର୍ଡ କହୁଛି  ଧନୀରାମ ଏପର୍ଯ୍ୟନ୍ତ ଏକ ହଜାରରୁ ଅଧିକ ଗାଡି ଚୋରି କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଧନିରାମ ଦିନରାତି ଚୋରି କରିଥାଏ ।

ତାକୁ  ଗିରଫ କରାଯାଇ ଅନେକ ବର୍ଷ ପୂର୍ବେ କୋର୍ଟରେ ହାଜର କରାଯାଇଥିଲା। ଯେହେତୁ ସେହି ସମୟରେ ଥିବା ବିଚାରପତିମାନେ ତାକୁ  କୋର୍ଟରେ ବାରବାର ଦେଖିଥିଲେ, ତେଣୁ ରାଗି କହିଥିଲେ ତମେ ତୁରନ୍ତ କୋର୍ଟରୁ ବାହାରକୁ ଯାଅ । ତା’ପରେ ସେ କୋର୍ଟରୁ ପଳାଇଯାଇଥିଲା । ତା’ ସହ ଆସିଥିବା ଦୁଇଜଣ ପୋଲିସ ମଧ୍ୟ ତାକୁ ଧରିବାକୁ ବାହାରକୁ ଗଲେ। ହେଲେ ଆଉ ଖୋଜି ପାଇନଥିଲେ । ଯେତେବେଳେ କୋର୍ଟରେ  ଧନିରାମ  ନାମ ଡକାଗଲା, ସେତେବେଳେ ସେ ପଳାଇ ଯାଇଥିବାରୁ ପୋଲିସକୁ ଦାୟୀ କରାଗଲା। ସେ ପୋଲିସ କର୍ମଚାରୀଙ୍କୁ କହିଥିଲା ବିଚାରପତି ତାଙ୍କୁ ଯିବାକୁ କହିଲେ ତେଣୁ ସେ ପଳାଇଲା। ଧନୀରାମ ମିତ୍ତଲ ଏଲଏଲବି କରିଛି।  ଏହା ବ୍ୟତୀତ ସେ ଏକ ହସ୍ତଲିଖନ ବିଶେଷଜ୍ଞ ଏବଂ ଗ୍ରାଫୋଲୋଜି ଡିଗ୍ରୀ ମଧ୍ୟ ହାସଲ କରିଛି।  ଚୋରି କରିବା ପାଇଁ  ଏହି ଡିଗ୍ରୀ ହାସଲ କରିଥିବା ଧନୀରାମ କହିଛି। ଏହି ଡିଗ୍ରୀ ହେତୁ ସେ କାର ଚୋରି କରି ନିଜେ ନକଲି କାଗଜପତ୍ର ପ୍ରସ୍ତୁତ କରି ବିକ୍ରି କରୁଥିଲା।

ଧନୀରାମର ସବୁଠାରୁ କୌତୁହଳପୂର୍ଣ୍ଣ ଏବଂ ଅଦ୍ଭୁତ କାର୍ଯ୍ୟ ହେଉଛି ସେ ଦୁଇମାସ ଧରି ବିଚାରପତିଙ୍କ ଆସନରେ ବସି ରାୟ ଶୁଣାଇଥିଲା। ଏହି ବିଷୟରେ କେହି ଜାଣିପାରି ନଥିଲେ। ଆହୁରି ମଧ୍ୟ ଆଶ୍ଚର୍ଯ୍ୟକର କଥା ସେ ନକଲି ଦଲିଲ ତିଆରି କରି ହରିୟାଣାର ଜାଜାର କୋର୍ଟର ଅତିରିକ୍ତ ସେଶଲ ଜଜଙ୍କୁ ପ୍ରାୟ ଦୁଇମାସ ଛୁଟିରେ ପଠାଇଦେଇଥିଲା । ଆଉ ନିଜେ ବିଚାରପତିଙ୍କ ଚେୟାରରେ ବସିଥିଲା। ଏହି ଦୁଇ ମାସ ମଧ୍ୟରେ ସେ ୨୦୦୦ ରୁ ଅଧିକ ଅପରାଧୀଙ୍କୁ ଜାମିନରେ ମୁକ୍ତ କରିଦେଇଥିଲା  ତା ସହିତ ସେ ତାର ନିଷ୍ପତ୍ତିରେ ଅନେକଙ୍କୁ ଜେଲକୁ ମଧ୍ୟ ପଠାଇ ଦେଇଥିଲା। ତେବେ ଏହି ମାମଲା ଜଣାପଡିବା ପରେ ସେ ସେଠାରୁ ଫେରାର ହୋଇଯାଇଥିଲା। ଏହା ପରେ ସେ ଜାମିନରେ ମୁକ୍ତ କରିଥିବା ଅପରାଧୀଙ୍କୁ ପୁଣି ଧରାଯାଇ ଜେଲରେ ରଖାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !