୨ ଦିନରେ ୨୨ମିଲିୟନ ଭିୟୋର୍ସ

 

ଶଶି କିରଣ ଟିକ୍କାଙ୍କ ଫିଲ୍ମ ‘ମେଜର’ର ଟିଜର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ଆଦିଭି ଶେଷ ଏବଂ ସାଇ ମଞ୍ଜରେକର ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ଟିଜର ବହୁତ ଆକର୍ଷଣୀୟ ହୋଇଛି ।  ଏହି ଫିଲ୍ମର ଟିଜର ସାଉଥ ସୁପରଷ୍ଟାର ମହେଶ ବାବୁ ରିଲିଜ କରିଛନ୍ତି। ଫିଲ୍ମର ଟିଜରକୁ ନିଜ ଟ୍ୱିଟରରେ ଛାଡି ସେ ଲେଖିଛନ୍ତି – “ମୁଁ ଭାରତର ହିରୋଙ୍କୁ ସମ୍ମାନିତ କରିବାର ସୁଯୋଗ ପାଇଛି। ଏହା ଏକ ମେଜର’ ଯାତ୍ରା ଆରମ୍ଭ। ଆଶା କରୁଛି ଆପଣ ସମସ୍ତେ ଟିଜରକୁ ପସନ୍ଦ କରିବେ। ‘ମେଜର’ ଚଳଚ୍ଚିତ୍ରରେ ଆଦିଭି ଶେଷ ୨୬-୧୧ ଶହୀଦ ମେଜର ସନ୍ଦୀପ ଉନିକ୍ରିଷ୍ଣନଙ୍କ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ପ୍ରକାଶ ରାଜ, ରେଭାଥୀ, ମୂରଲୀ ଶର୍ମା ଏବଂ ଅନ୍ୟାନ୍ୟ ସେଲିବ୍ରେଟ୍ ମଧ୍ୟ ନଜର ଆସିବେ।

ସଲମାନ ଖାନ ଏବଂ ପ୍ରୀତିରାଜ ସୁକୁମାରନ୍ ଫିଲ୍ମର ହିନ୍ଦୀ ଏବଂ ମାଲାୟାଲମ୍ ଟିଜର ଲଞ୍ଚ କରିଛନ୍ତି, ଯାହା ଲୋକଙ୍କ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି। ଆଦି ଶେଷଙ୍କ ଏହି ଚଳଚ୍ଚିତ୍ର କେବଳ ତେଲୁଗୁ ଭାଷାରେ ନୁହେଁ ହିନ୍ଦୀ ଏବଂ ମାଲାୟାଲମ୍ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ। ଫିଲ୍ମର ତେଲୁଗୁ ସଂଳାପକୁ ଅବୁରୀ ରବି ଲେଖିଛନ୍ତି, ଅକ୍ଷତ ଅଜୟ ଶର୍ମା ହିନ୍ଦୀ ସଂଳାପ ଲେଖିଛନ୍ତି। ଶ୍ରୀଚରଣ ପାକ୍ଲା ଏହି ଚଳଚ୍ଚିତ୍ରର ସଂଗୀତ ରଚନା କରିଥିଲେ। ଏହି ଚଳଚ୍ଚିତ୍ରଟି ମହେଶ ବାବୁ ଏବଂ ଏ ପ୍ଲସ ଏସ୍ ଚଳଚ୍ଚିତ୍ର ଦ୍ୱାରା ନିର୍ମିତ । ଏହି ଫିଲ୍ମ ଜୁଲାଇ ୨ ରେ ବଡ ପରଦାରେ ମୁକ୍ତିଲାଭ କରିବ। କିନ୍ତୁ କଥାଟି ହେଲା ଟିଜରଟି ରିଲିଜ ହେବା ଦୁଇଦିନ ମଧ୍ୟରେ ଏହାକୁ ୟୁଟୁବରେ ୨୨ ମିଲିୟନ ଭିୟୁ ମିଳିସାରିଲାଣି  । ଯାହାକୁ ନେଇ ଫିଲ୍ମର ମେକର୍ସ ଉତ୍ସାହିତ ଅଛନ୍ତି ।

 


ସେହିପରି ଜି୫ ଦ୍ୱାରା ନୂଆ ସିରିଜ୍ “ସନଫ୍ଲାୱାର”ର ଘୋଷଣା କରାଯାଇଥିଲା । ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଏବଂ ଗୁଡ କମ୍ପାନୀ ଦ୍ୱାରା ନିର୍ମିତ ଏହି ସିରିଜ ବିକାଶ ବାହଲ ଲେଖିଛନ୍ତି । ‘ସନଫ୍ଲାୱାର’ ହେଉଛି ମୁମ୍ବାଇର ଏକ ମଧ୍ୟବିତ୍ତ ସମାଜର କାହାଣୀ, ଯେଉଁଥିରେ ବିଭିନ୍ନ ଚରିତ୍ର ରହିଛି । ବର୍ତ୍ତମାନ ନିର୍ମାତାମାନେ ଏହାର ପ୍ରଥମ ଟିଜର ରିଲିଜ କରିଛନ୍ତି । ଏଥିରେ ମୁଖ୍ୟ ଭୂମିକାରେ ସୁନିଲ ଗ୍ରୋଭର ନଜର ଆସିବେ । ସୁନୀଲ ଗ୍ରୋଭର ସେୟାର କରି ଲେଖିଛନ୍ତି, ବିକାଶ ବାହଲଙ୍କ ଦ୍ୱାରା ନିର୍ମିତ ଏହିପରି ଏକ ନୂତନ ଧାରା ଏବଂ ସ୍କ୍ରିପ୍ଟର ଅଂଶ ହୋଇଥିବାରୁ ମୁଁ କୃତଜ୍ଞ ଏବଂ ଉତ୍ସାହିତ । ମୁଁ ଭାବୁଛି ଯେ ଏହି ପ୍ରକାରର ଶୈଳୀ ପୂର୍ବରୁ ଚେଷ୍ଟା କରାଯାଇନାହିଁ । ତେଣୁ ମୁଁ ଉତ୍ସାହିତ ଏବଂ ଏହା ନିଶ୍ଚିତ ଭାବରେ ଆପଣଙ୍କୁ ପସନ୍ଦ ଆସିବ । ଏଥିରେ ସୁନୀଲ ଗ୍ରୋଭରଙ୍କ ବ୍ୟତୀତ ଏକ ଷ୍ଟାର-ଷ୍ଟେଡ ଲାଇନ ଅପ ମଧ୍ୟ ସାମିଲ, ଯିଏକି ସନଫ୍ଲାୱାର ସୋସାଇଟିର ବାସିନ୍ଦା ସାମିଲ ଅଛନ୍ତି । ତେବେ ଯଦି ସୁନିଲ ଗ୍ରୋଭରଙ୍କ କଥା କହିବା ସେ ଜଣେ ଷ୍ଟାଣ୍ଡାଅପ୍ କମେଡିଅନ । ସେ କପିଲ ଶର୍ମା ସୋରେ ଉଚ୍ଚକୋଟିର କମେଡି ପ୍ରଦର୍ଶନ କରି ଦର୍ଶକଙ୍କ ପ୍ରିୟ ହୋଇପାରିଥିଲେ । ପରେ ସେ ଫିଲ୍ମରେ ନିଜର ଜଲୱା ଦେଖାଇଥିଲେ । ତାଙ୍କର ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଅଭିନୀତ ଫିଲ୍ମକୁ ବହୁତ ପସନ୍ଦ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!