Masthead

ନାବାଳିକା ଙ୍କୁ ଦୁଷ୍କର୍ମ ଅଭିଯୋଗ !

ବଡ଼ ଖବର ବ୍ୟୁରୋ।
ପାଟକୁରା : ନାବାଳିକା ଙ୍କୁ ଦୁଷ୍କର୍ମ ଅଭିଯୋଗ, ବିତିଗଲାଣି ୪ ଦିନ , ଅଭିଯୋଗ ପରେ ମାମଲା ଋଜୁ କରି ପାଟକୁରା ପୋଲିସ ତଦନ୍ତ ଆରମ୍ଭ କରିଛି । ହେଲେ ଅଭିଯୁକ୍ତ ଫେରାର, ଏପଟେ ନ୍ୟାୟ ନପାଇ ପୀଡ଼ିତାଙ୍କ ମା ସ୍ଵାମୀ ଙ୍କ ଉପରେ ଅଭିମାନ କରି ସ୍ଵାମୀ ଥାଇ ବି ସାଜିଛି ବିଧବା , ଏଭଳି ଏକ ସମ୍ବେଦନଶୀଳ ଓ ଅଭାବନୀୟ ଘଟଣା ସାରା ପାଟକୁରା ଅଞ୍ଚଳରେ ବିସ୍ମୟ ସୃଷ୍ଟି କରିଛି । କେବେ ପୀଡ଼ିତା ପାଇବ ନ୍ୟାୟ । ଦୁଷ୍କର୍ମକାରୀ ପାଇବ ଦଣ୍ଡ । ଏଭଳି ଏକ ସ୍ପର୍ଶକାତର ଓ ଆଖି ଓଦା ହୋଇଗଲା ଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ବ୍ଲକ
ରାମଚନ୍ଦ୍ର ପୁର ପଞ୍ଚାୟତ କ‌ଉଡିଆଵରାଇ ଗ୍ରାମ ରେ । ଉକ୍ତ ଗ୍ରାମର ବେଣୁଧର ନାୟକ ଙ୍କ ୧୧ ବର୍ଷ ର ଝିଅ ଏକୁଟିଆ ଘରେ ଥିଲା ବେଳେ ସେହି ଗାଁର ଵୁଟୁନା ମଲ୍ଲିକ ଉଧାର ଟଙ୍କା ଦେବାକୁ ଆସିବା ବାହାନାରେ ଆସି ଦୁଷ୍କର୍ମ କରିଥିବା ନେଇ ସ୍ଥାନୀୟ ପାଟକୁରା ଥାନା ରେ ଅଭିଯୋଗ ହୋଇଛି । ଏହି ଦିନ ପୀଡ଼ିତାଙ୍କ ମା ନିଜର ଦେହ ଖରାପ ଯୋଗୁଁ କଟକ ଚିକିତ୍ସିତ ହେବା ପାଇଁ ଯାଇଥିଲେ ଓ ବାପା କ୍ଷୀର ନେଇ ଓମଫେଡ ଯାଇଥିଲେ । ଏହି ସମୟରେ ଵୁଟୁନା ଆସିଥିଲା । ତେବେ ଘରେ ନାବାଳିକା କୁ ଏକୁଟିଆ ଦେଖି ତାର କାମାଗ୍ନି ଆଖି ପଡ଼ିଥିଲା ପୀଡ଼ିତାଙ୍କ ଉପରେ । ସବୁ କିଛି ହିତାହିତ ଜ୍ଞାନ ଭୁଲି ଝାମ୍ଫି ପଡ଼ିଥିଲା ନାବାଳିକା ଉପରେ । ନାବାଳିକା ଜଣକ ଖସିଵାକୁ ଚେଷ୍ଟା କରିଥିଲେ ବି ତା’ର ଗୋଡ଼କୁ ଭିଡ଼ି ପୂର୍ନଵାର ଦୁଷ୍କର୍ମ ପାଇଁ ଚେଷ୍ଟା କରିବାରୁ ପାଖରେ ପଡିଥିବା ଏକ ପ୍ଲାଷ୍ଟିକ ପାଇପ୍ ରେ ଆକ୍ରମଣ କରିବାରୁ ପିଚାଶ ଦୁଷ୍କର୍ମ କାରୀ ପଳାଇ ଯାଇଥିଲା ବୋଲି ଏତଲାରେ ଦର୍ଶାଇଛନ୍ତି ପୀଡ଼ିତାଙ୍କ ମା । ହେଲେ ଏପର୍ଯ୍ୟନ୍ତ କୋୖଣସି ଠୋସ ଓ ଦୃଢ଼ ପଦକ୍ଷେପ ନିଆନଯିବାରୁ ପାଟକୁରା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା। ନେଇ ଆଲୋଚନା ହେଉଥିବାବେଳେ ପାଟକୁରା ପୋଲିସ ଦୁଷ୍କର୍ମକାରୀ ଙ୍କୁ ଧରିବା ନିମନ୍ତେ ସବୁ ପ୍ରକାର ଜାଲ ଵିଛାଇଛି । ତେବେ ଏହି ଘଟଣା ପଛରେ ଅନ୍ୟ ବିବାଦ ଥିବା ନେଇ ଶୁଣିବାକୁ ମିଳୁଥିବା ବେଳେ ପୀଡ଼ିତାଙ୍କ ବାପାଙ୍କ ସହିତ ସେହି ଗ୍ରାମର କିଛି ବ୍ୟକ୍ତି ଓ ଅନ୍ୟ ଗ୍ରାମ ର କିଛି ବ୍ୟକ୍ତି ଙ୍କ ବିବାଦ ହୋଇ ଝଗଡ଼ା ହୋଇଥିବା ନେଇ ପୀଡ଼ିତାଙ୍କ ମା ନିଜର ବୟାନ ରେ କହିଛନ୍ତି । ତେବେ ପୋଲିସ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବି ତଦନ୍ତ କଲେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ମତପୋଷଣ ପାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା