Masthead

ଭିନିଲ କ୍ରିଷ୍ଣା ଅପହରଣକାରୀଙ୍କ ଆତ୍ମସମର୍ପଣ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଆତ୍ମସମର୍ପଣ କଲା ଆଇଏଏସ ଭିନିଲ କ୍ରିଷ୍ଣା ଅପହରଣ ମାମଲାର ମାଷ୍ଟରମାଇଣ୍ଡ । ଆନ୍ଧ୍ର ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଦୁର୍ଦ୍ଧାନ୍ତ ନକ୍ସଲ ଜି. ଜଳନ୍ଧର ରେଡ୍ଡୀ ଓରଫ କ୍ରୀଷ୍ଣା । ଏହି କୁଖ୍ୟାତ ନକ୍ସଲର ମୁଣ୍ଡ ପାଇଁ ସରକାର ଘୋଷଣା କରିଥିଲେ ୫ଲକ୍ଷ ଟଙ୍କାର ପୁରସ୍କାର ।

ମଙ୍ଗଳବାର ମାଲକାନାଗିରି ସୀମାନ୍ତ ଛତିଶଗଡରେ ଉଭୟ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଦନ୍ତେୱାଡା ଜିଲ୍ଲା ନିଲାବାୟ ଜଙ୍ଗଲରେ ମୁହାଁମୁହିଁ ଏଥିରେ ଜନେ ନକ୍ସଲ ନିହତ ହୋଇଥିବା ସୂଚନା ରହିଛି । ତେବେ ନକ୍ସଲ କ୍ୟାମ୍ପ ଚାଲିଥିବା ନେଇ ଦନ୍ତେୱାଡା ଜିଲ୍ଲା ପୋଲିସକୁ ଖବର ମିଳିଥିଲା । ପୋଲିସ ଓ ଡିଆରଜି ଯବାନକୁ ନେଇ ଏକ ଟିମ ସର୍ଚ୍ଚ ଅପରେସନ କରିଥିଲେ । ଆନ୍ଧ୍ର ପୋଲିସର ଘନ ଘନ ଚଢାଉ ଯୋଗୁଁ କ୍ରିଷ୍ଣା ଆତ୍ମସମର୍ପଣ କରିଛି ।

କ୍ରିଷ୍ଣାକୁ ଧରିବା ପାଇଁ ଆନ୍ଧ୍ର, ଓଡ଼ିିଶା ଓ ତେଲେଙ୍ଗାନା ପୋଲିସ ପକ୍ଷରୁ ଜୋରଦାର ଉଦ୍ୟମ ହୋଇଥିଲା । ଏଥିପାଇଁ ୩ରାଜ୍ୟର ସରକାର ମୋଟ ୩୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ମାଲକାନାଗିରି ଜିଲ୍ଲାର ତତକାଳୀନ ଜିଲ୍ଲାପାଳ ଭିନୀଲ କ୍ରିଷ୍ଣାଙ୍କ ଅପହରଣରେ ମୁକ୍ୟ ଭୂମିକା ଗ୍ରହଣ କରିଥିଲା ଏହି କୁଖ୍ୟାତ ନକ୍ସଲ କ୍ରିଷ୍ଣା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ