Masthead

ଭିନିଲ କ୍ରିଷ୍ଣା ଅପହରଣକାରୀଙ୍କ ଆତ୍ମସମର୍ପଣ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଆତ୍ମସମର୍ପଣ କଲା ଆଇଏଏସ ଭିନିଲ କ୍ରିଷ୍ଣା ଅପହରଣ ମାମଲାର ମାଷ୍ଟରମାଇଣ୍ଡ । ଆନ୍ଧ୍ର ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଦୁର୍ଦ୍ଧାନ୍ତ ନକ୍ସଲ ଜି. ଜଳନ୍ଧର ରେଡ୍ଡୀ ଓରଫ କ୍ରୀଷ୍ଣା । ଏହି କୁଖ୍ୟାତ ନକ୍ସଲର ମୁଣ୍ଡ ପାଇଁ ସରକାର ଘୋଷଣା କରିଥିଲେ ୫ଲକ୍ଷ ଟଙ୍କାର ପୁରସ୍କାର ।

ମଙ୍ଗଳବାର ମାଲକାନାଗିରି ସୀମାନ୍ତ ଛତିଶଗଡରେ ଉଭୟ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଦନ୍ତେୱାଡା ଜିଲ୍ଲା ନିଲାବାୟ ଜଙ୍ଗଲରେ ମୁହାଁମୁହିଁ ଏଥିରେ ଜନେ ନକ୍ସଲ ନିହତ ହୋଇଥିବା ସୂଚନା ରହିଛି । ତେବେ ନକ୍ସଲ କ୍ୟାମ୍ପ ଚାଲିଥିବା ନେଇ ଦନ୍ତେୱାଡା ଜିଲ୍ଲା ପୋଲିସକୁ ଖବର ମିଳିଥିଲା । ପୋଲିସ ଓ ଡିଆରଜି ଯବାନକୁ ନେଇ ଏକ ଟିମ ସର୍ଚ୍ଚ ଅପରେସନ କରିଥିଲେ । ଆନ୍ଧ୍ର ପୋଲିସର ଘନ ଘନ ଚଢାଉ ଯୋଗୁଁ କ୍ରିଷ୍ଣା ଆତ୍ମସମର୍ପଣ କରିଛି ।

କ୍ରିଷ୍ଣାକୁ ଧରିବା ପାଇଁ ଆନ୍ଧ୍ର, ଓଡ଼ିିଶା ଓ ତେଲେଙ୍ଗାନା ପୋଲିସ ପକ୍ଷରୁ ଜୋରଦାର ଉଦ୍ୟମ ହୋଇଥିଲା । ଏଥିପାଇଁ ୩ରାଜ୍ୟର ସରକାର ମୋଟ ୩୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ମାଲକାନାଗିରି ଜିଲ୍ଲାର ତତକାଳୀନ ଜିଲ୍ଲାପାଳ ଭିନୀଲ କ୍ରିଷ୍ଣାଙ୍କ ଅପହରଣରେ ମୁକ୍ୟ ଭୂମିକା ଗ୍ରହଣ କରିଥିଲା ଏହି କୁଖ୍ୟାତ ନକ୍ସଲ କ୍ରିଷ୍ଣା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ